ଉନ୍ନାଓ ଦୁଷ୍କର୍ମ ମାମଲା: ସେଙ୍ଗରଙ୍କ ଦଣ୍ଡାଦେଶ ୨୦କୁ ସ୍ଥଗିତ

ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ଆଜି ଦଣ୍ଡାଦେଶ ‌ହୋଇନି। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ସେଙ୍ଗରଙ୍କ ବିରୋଧରେ ଦଣ୍ଡାଦେଶ ସଂକ୍ରାନ୍ତ ଶୁଣାଣିକୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତଦନ୍ତକାରୀ ସଂସ୍ଥା ସିବିଆଇ ଉକ୍ତ ମାମଲାରେ ସେଙ୍ଗରଙ୍କ ବିରୋଧରେ ମାତ୍ରାଧିକ ଦଣ୍ଡ ଚାହିଛି। ପୀଡ଼ିତାଙ୍କୁ ଆର୍ଥିକ କ୍ଷତିପୂରଣ ଦେବାପାଇଁ ମଧ୍ୟ ସିବିଆଇ ପକ୍ଷରୁ କୁହାଯାଇଛି। ଆଜିର ଶୁଣାଣି ସମୟରେ କୋର୍ଟ ସେଙ୍ଗରଙ୍କ ଆଇନଜୀବୀଙ୍କୁ ୨୦୧୭ ବିଧାନସଭା ନିର୍ବା‌ଚନ ସମୟରେ ନିର୍ବାଚନ କମିସନ୍‌ରେ ଦାଖଲ ପ୍ରାର୍ଥିପତ୍ର ସଂକ୍ରାନ୍ତ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ କୋର୍ଟ ଗତକାଲି ଆଇପିସି ଏବଂ ପୋକ୍‌ସୋ ଆଇନର ବିଭିନ୍ନ ଧାରାରେ ସେଙ୍ଗରଙ୍କୁ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ କରିଥିଲେ। ମାମଲା‌ରେ ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହଙ୍କୁ କୋର୍ଟ ଦୋଷମୁକ୍ତ କରିଥି‌‌ଲେ।

ସମ୍ବନ୍ଧିତ ଖବର