ଉନ୍ନାଓ (ଉତ୍ତରପ୍ରଦେଶ): ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ପିତାଙ୍କ ମୁତ୍ୟୁ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତ୍ତରପ୍ରଦେଶର ଦୁଇଜଣ ପୁଲିସ୍ ସବଇନ୍ସପେକ୍ଟରଙ୍କୁ ଗିରଫ କରିଛି।
ସିବିଆଇ ହାତରେ ଗିରଫ ହୋଇଥିବା ଏହି ଦୁଇଜଣ ପୁଲିସ୍ ସବଇନ୍ସପେକ୍ଟର ହେଲେ ଅଶୋକ ସିଂହ ଭାଦୁରିଆ ଓ କାମତ ପ୍ରସାଦ ସିଂହ। ଉଭୟେ ଉନ୍ନାଓ ଜିଲ୍ଲାର ମାଖି ପୁଲିସ୍ ଥାନାରେ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ। ଉଭୟଙ୍କୁ ଅପରାଧିକ ଷଡ଼୍ଯନ୍ତ୍ର କରିବା ଓ ଘଟିଥିବା ଅପରାଧର ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ଗିରଫ କରିଛି।
/sambad/media/post_attachments/wp-content/uploads/2018/05/Cbi.jpeg)
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ପିତାଙ୍କୁ ଏହି ଦୁଇ ପୁଲିସ୍ ଅଧିକାରୀ ଏକ ମିଥ୍ୟା ମାମଲାରେ ଗିରଫ କରିବା ସହ ହାଜତ ମଧ୍ୟରେ ନିର୍ଯାତନା ଦେଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ତାଙ୍କର ମୁତ୍ୟୁ ଘଟିଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ପ୍ରମାଣିତ ହୋଇଥିଲା। ପରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ଗ୍ରହଣ କରିବା ପରେ ଆଜି ଏହି ଦୁଇ ପୁଲିସ୍ ଅଧିକାରୀଙ୍କୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/cbi1.jpg)