ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କ ବାପାଙ୍କୁ ହତ୍ୟା ମାମଲାରେ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡ, ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୁପ୍ରିମକୋର୍ଟ ଆଜି ମାମଲାର ଶୁଣାଣି କରି ‌ଦୋଷୀସାବ୍ୟସ୍ତ ସେଙ୍ଗରଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି । ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା।
ସୂଚନାଯୋଗ୍ୟ, ୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା। ସେଙ୍ଗର ସ୍ଥାନୀୟ ଅଞ୍ଚଳର ଜଣେ ଟାଣୁଆ ନେତା ହୋଇଥିବାରୁ ପୁଲିସ ଅଭିଯୋଗ ରଖି ନ ଥିଲା ‌ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ତେବେ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍‌ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍‌ ପଠା ଯାଇଥିଲା।

image source-amarujala

ଶେଷରେ ଉନ୍ନାଓ ପୀଡ଼ିତା ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏପ୍ରିଲ ୯ ତାରିଖରେ ଜେଲ୍‌ ହାଜତରେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା।
ସ୍ମରଣଯୋଗ୍ୟ, ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍‌ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗର୍‌ଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ଏହି ମାମଲାର ବିଚାର କରି ଦିଲ୍ଲୀର ତିସହଜାରୀ କୋର୍ଟ ଦଣ୍ଡଶୁଣାଣି କରି ‌ଦୋଷୀସାବ୍ୟସ୍ତ ସେଙ୍ଗରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଥିଲେ।

ସମ୍ବନ୍ଧିତ ଖବର