ଦିଲ୍ଲୀ ଏମ୍ସରୁ ଚିକିତ୍ସିତ ହୋଇ ଫେରିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା, ପରିବାର ସହ ଦିଲ୍ଲୀରେ ରହିବେ

ନୂଆଦିଲ୍ଲୀ : ଗତ ଜୁଲାଇ ୨୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବା ଜଣାପଡ଼ିଛି । ଫେରିବା ପରେ ସେ ନିଜ ପରିବାର ସହିତ  ନିଜ ଘରକୁ ନ ଯାଇ ଦିଲ୍ଲୀରେ ରହିବେ । କାରଣ ନିଜ ସହରରେ ପୀଡ଼ିତାଙ୍କ ଜୀବନକୁ ବିପଦ ଥିବାରୁ ସେ  ପରିବାର ସହ ଦିଲ୍ଲୀ ରହିବେ ବୋଲି ଉତ୍ତର ପ୍ରଦେଶ ସରକାରଙ୍କ ସୂତ୍ରରୁ ପ୍ରକାଶ।

Image result for unnao-rape-survivor-discharged-from-aiims-to-stay-with-family-in-delhi
Outlook India

ସୂଚନା ମୁତାବକ,  ପୀଡ଼ିତା ନାବାଳିକା ଥିବା ବେଳେ ନିଲମ୍ବିତ  ବିଜେପି ବିଧାୟକ କୁଲଦୀପ୍‌ ସିଂହ ସେନ୍‌ଗର ୨୦୧୭ରେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ଆସିଥିଲା। ପୁଲିସରେ ଅଭିଯୋଗ ହେବାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ । ପୀଡ଼ିତା ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଅଭିଯୋଗ ଆସିଥିଲା କି ଜେଲ୍‌ରେ ଥାଇ  ପୀଡ଼ିତାଙ୍କୁ ହତ୍ୟା କରିବା ପାଇଁ ଜୁଲାଇ ୨୮,୨୦୧୯ରେ ସଡ଼କ ଦୁର୍ଘଟଣାର ଯୋଜନା କରିଥିଲେ ବିଧାୟକ । କିନ୍ତୁ ସୌଭାଗ୍ୟବଶତଃ ପୀଡ଼ିତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ସମ୍ବନ୍ଧିତ ଖବର