ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଦୁର୍ଘଟଣା ମାମଲା: କୁଳଦୀପ ସିଂହ ସେନ୍‌ଗାର୍‌ ଏବଂ ଅନ୍ୟ ୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଫାଇଲ୍‌ କଲା ସିବିଆଇ

ନୂଆଦିଲ୍ଲୀ: ବୁଧବାର ଦିନ ସିବିଆଇ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଗାଡ଼ି ଦୁର୍ଘଟଣା ତଦନ୍ତ ଭାର ଗ୍ରହଣ କରି ନିଲମ୍ବିତ ବିଜେପି ନେତା କୁଳଦୀପ ସିଂହ ସେନ୍‌ଗାର୍‌ ଏବଂ ଅନ୍ୟ ନଅଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି।

ଅପରାଧିକ ଷଡ଼ଯନ୍ତ୍ର, ନରହତ୍ୟା, ନରହତ୍ୟା ପାଇଁ ଉଦ୍ୟମ ଏବଂ ଅପରାଧିକ ଭୟ ପ୍ରଦର୍ଶନ ଆଦି ଧାରା ବଳରେ ୨୦ ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସି ମାମଲା ରୁଜୁ କରିଛି।

ଦୁଷ୍କର୍ମ ପୀଡ଼ିତା ସାଙ୍ଘାତିକ ଆହତ ହୋଇଥିବା ଏବଂ ଅନ୍ୟ ଦୁଇ ଜଣ ମରିଥିବା ଏହି ସଡ଼କ ଦୁର୍ଘଟଣାର ତଦନ୍ତ ଭାର ମଙ୍ଗଳବାର ଦିନ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଅବଶ୍ୟ ଏଥିପୂର୍ବରୁ କେନ୍ଦ୍ର ସରକାର ଉତ୍ତର ପ୍ରଦେଶ ସରକାରଙ୍କ ସହ ପରାମର୍ଶ କରିଥିଲେ।

Image Source: India Today

ମଙ୍ଗଳବାର ଦିନ ତଦନ୍ତ ଦାୟିତ୍ୱ ହସ୍ତାନ୍ତର ହେବା ଭିତରେ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ କୁଳଦୀପ ସେନ୍‌ଗାର୍‌ଙ୍କୁ ବିଜେପି ଦଳରୁ ନିଲମ୍ବନ କରିଥିଲା।

ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଗଣମାଧ୍ୟମକୁ କହିଲା ବେଳେ କହିଛନ୍ତି, ଉଭୟ ମାମଲା ସିବିଆଇ ତଦନ୍ତ କରିବ ଏବଂ ଅପରାଧୀକୁ ଦଣ୍ଡ ଦିଆଯିବ।

ସମ୍ବନ୍ଧିତ ଖବର