ଏମିତି କାର୍ଯ୍ୟନୁଷ୍ଠାନ ନିଅ, ଯେମିତି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ବ୍ୟକ୍ତି ଭୟରେ କମ୍ପି ଉଠିବେ: ଉମାଭାରତୀ

ବ୍ୟବଛେଦ ପରେ ଉନ୍ନାଓ ଅଭିମୁଖେ ଗଲା ପୀଡିତାଙ୍କ ମୃତଦେହ

ନୂଆଦିଲ୍ଲୀ: ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଖପ୍ପା ହୋଇଛନ୍ତି | ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଦାବି କରିବା ସହ କହିଛନ୍ତି ଯେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ଯେପରି ମହିଳାଙ୍କ ଉପରେ ଖରାପ ନଜର ପକାଉଥିବା ଲୋକ ଭୟରେ କମ୍ପି ଉଠିବେ | ଏଠାରେ ସୂଚନା ଥାଉ କି ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଉନ୍ନାଓ ପୀଡିତାଙ୍କ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ହେବା ପରେ ଆଜି ତାଙ୍କର ପୋଷ୍ଟମର୍ଟମ କରାଯାଇଛି ।

Photo-ANI

୩ଜଣିଆ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିଥିବା ବେଳେ ପୂରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ଏହାପରେ ମୃତଦେହକୁ ଉନ୍ନାଓ ଅଭିମୁଖେ ଏକ ଆମ୍ବୁଲାନ୍ସରେ ନିଆଯାଇଛି । ଗତକାଲି ରାତି ପ୍ରାୟ ୧୧ଟା ୪୦ମିନିଟ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ପରେ ଜୋରଦାର ହୋଇଛି ପ୍ରତିବାଦ । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଘଟଣାର ପ୍ରତିବାଦ କରିଛନ୍ତି ।

ୟୁପି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ଅଖିଳେଶ ଯାଦବ । ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ । ବିଜେପି ସରକାର ଶାସନରେ ଏହା ପ୍ରଥମ ଘଟଣା ନୁହେଁ, ବାରମ୍ବାର ଏଭଳି ଘଟୁଛି  ଓ ଏହା ଏକ କଳା ଦିନ ବୋଲି କହିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ, ଗୃହ ସଚିବ ଓ ପୁଲିସ ଡିଜିଙ୍କ ଇସ୍ତଫା ଦାବି କରିଛନ୍ତି ଅଖିଳେଶ ଯାଦବ ।

ସମ୍ବନ୍ଧିତ ଖବର