୧୮ ମିନିଟରେ ଏମ୍ସରେ ଭର୍ତ୍ତି ହେଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କର ଉନ୍ନତ ଚିକିତ୍ସା ପାଇଁ ସୋମବାର ତାଙ୍କୁ ଦିଲ୍ଲୀ ଏମ୍ସକୁ ଅଣାଯାଇଛି | ତେବେ ଏୟାରପୋର୍ଟରୁ ଏମ୍ସ ଆସିବାକୁ ମାତ୍ର ୧୮ ମିନିଟରେ ତାଙ୍କୁ ଆଣି ଭର୍ତ୍ତି କରାଯାଇଛି | ଏହାପୂର୍ବରୁ ଏୟାର ଆମ୍ବୁଲାନ୍ସ ସହାୟତାରେ ପୀଡିତାଙ୍କୁ ଦିଲ୍ଲୀ ଅଣାଯାଇଥିଲା | ଏହାପରେ ଇନ୍ଦିରାଗାନ୍ଧୀ ଏୟାରପୋର୍ଟରୁ ଏମ୍ସ ମେଡିକାଲକୁ ଅଣାଯାଇଥିଲା | ଏଥିପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ୧୩ କିଲୋମିଟରର ଗ୍ରୀନ କରିଡର ପ୍ରସ୍ତୁତ କରାଯାଇଥିଲା |

ଯାହାଫଳରେ ପୀଡିତା ଜଣଙ୍କୁ ୧୮ ମିନିଟରେ ଏମ୍ସରେ ଭର୍ତ୍ତି କରାଯାଇପାରିଥିଲା | ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର ପ୍ରସଙ୍ଗରେ ତାଙ୍କ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସ୍ବାଧୀନତା ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ। କିନ୍ତୁ ପରେ ପୀଡ଼ିତାଙ୍କ ପରିବାର ସଦସ୍ୟ ସୁପ୍ରିମକୋର୍ଟଙ୍କୁ କହିଥିଲେ, ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନେ ଏବେ ଲକ୍ଷ୍ନୌରେ ଚିକିତ୍ସା‌ ଜାରି ରଖିବାକୁ ଚାହୁଛନ୍ତି। ଏହାପରେ ସୁପ୍ରିମକୋର୍ଟ ମଧ୍ୟ ଏଥିରେ ସହମତି ପ୍ରକାଶ କରି ପୀଡ଼ିତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ବୋଲି ଓକିଲ କହିବା ପରେ ସୁପ୍ରିମକୋର୍ଟ ଏଥିରେ ସମମତ ହୋଇ ନିଜର ପୂର୍ବ ଆଦେଶ ବଦଳାଇଥିଲେ । ତାଙ୍କୁ ବିମାନ ଯୋଗେ ଅଣାଯାଇ ଦିଲ୍ଲୀର ଏମ୍‌ସ୍‌ରେ ଚିକିତ୍ସା କରାଯାଉ ବୋଲି ପୂର୍ବରୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଥିଲେ। ଏହାପରେ ଅବସ୍ଥାରେ ସୁଧାର ପରେ ପୀଡିତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି | ଏଠାରେ ସୂଚନା ଥାଉ କି ଲକ୍ଷ୍ନୌ ଠାରେ ଥିବା କେଜିଏମ୍‌ୟୁରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଚିକିତ୍ସାଧୀନ ଥିଲେ | ଗତ ଜୁଲାଇ ୨୮ ତାରିଖରେ ଉତ୍ତର ପ୍ରଦେଶର ରାୟବରେଲୀରେ ପୀଡିତା ଜଣକ ନିଜ ଖୁଡି ଓ ଓକିଲଙ୍କ ସହ କାରରେ ଯାଉଥିବାବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା |

ସମ୍ବନ୍ଧିତ ଖବର