ଉତ୍ତରପ୍ରଦେଶ : ବିଜେପି ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ

ନୂଆଦିଲ୍ଲୀ : ଗତ ବର୍ଷ ଉତ୍ତରପ୍ରଦେଶର ବିଜେପି ବିଧାୟକ କୁଲଦୀପ ସିଂ ସେନଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଉତ୍ତରପ୍ରଦେଶର ଉନ୍ନାଓର ମହିଳା ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ସହିତ ଥିବା ତାଙ୍କ ମା’ ଓ ଓକିଲ ଏହି ଦୁର୍ଘଟଣାେରେ ପ୍ରାଣହରାଇଛନ୍ତି ।

ରବିବାର ଦିନ ଏହି ତିନିଜଣ ଏକ କାରରେ ଯାଉଥିବାବେଳେ ରାୟବରେଲୀ ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣସ୍ଥଳରେ ପୀଡିତାଙ୍କ ମା ଓ ତାଙ୍କ ଓକିଲ ପ୍ରାଣ ହରାଇଥିଲେ । କିନ୍ତୁ ପୀଡିତା ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ସମୟରେ ବର୍ଷ ହେଉଥିବା ଜଣାଯାଇଛି ।

ଗତ ବର୍ଷ ଏପ୍ରିଲ ମାସରେ ଏହି ପୀଡିତା ଉନ୍ନାଓର ବିଜେପି ବିଧାୟକ କୁଲଦୀପ ସିଂ ସେନଗରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ଏପଆଇଆର ପୁଲିସ ରଖୁନଥିବା ଅଭିଯୋଗ କରି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସମ୍ବନ୍ଧିତ ଖବର