ଉନ୍ନାଓ ମହିଳାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ, ମାମଲା ଫାଷ୍ଟ୍‍-ଟ୍ରାକ୍‌ କୋର୍ଟକୁ ନିଆଯିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଶୁକ୍ରବାର ରାତିରେ ପରଲୋକ ଗମନ କରିଥିବା ଉନ୍ନାଓର ଦୁଷ୍କର୍ମ ପୀଡ଼ିତାଙ୍କ ଲାଗି ଦୁଃଖ ପ୍ରକାଶ କରି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ମାମଲା ଫାଷ୍ଟ୍‍-ଟ୍ରାକ୍‌ କୋର୍ଟକୁ ନିଆଯିବ।

ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି କି, ଅଭିଯୁକ୍ତମନଙ୍କ ପ୍ରତି ଅତି କଠୋର ଦଣ୍ଡବିଧାନ କରିବାକୁ ତାଙ୍କ ସରକାର ଏହି ମାମଲାକୁ ଫାଷ୍ଟ୍‍-ଟ୍ରାକ୍‌ କୋର୍ଟକୁ ନେବ। ଦିଂବଗତ ମହିଳାଙ୍କ ପରିବାର ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ଜଣାଇଛନ୍ତି।

ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି କି, ଅଭିଯୁକ୍ତଙ୍କୁ ଅତି କଠୋର ଦଣ୍ଡବିଧାନ କରିବାକୁ ତାଙ୍କ ସରକାର ଏହି ମାମଲାକୁ ଫାଷ୍ଟ୍‍-ଟ୍ରାକ୍‌ କୋର୍ଟକୁ ନେବ। ଦିଂବଗତ ମହିଳାଙ୍କ ପରିବାର ପ୍ରତି ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକବାର୍ତ୍ତା ଜଣାଇଛନ୍ତି।

Image Source: Hindustan Times

ଦୀର୍ଘ ୪୦ ଘଣ୍ଟା ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶୁକ୍ରବାର ରାତି ୧୧: ୪୦ ହୃଦ୍‌ଘାତ ଯୋଗୁଁ ଶରୀରର ୯୦% ପୋଡ଼ି ଯାଇଥିବା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯିବା ଲାଗି ଡାକ୍ତରଖାନାର ଫରେନ୍‌ସିକ୍‌ ବିଭାଗକୁ ନିଆଯାଇଛି। ବ୍ୟବଚ୍ଛେଦ ପରେ ଶବ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ।

ସମ୍ବନ୍ଧିତ ଖବର