ନୂଆଦିଲ୍ଲୀ : ୨୦୧୭ରେ ଘଟିଥିବା ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ କୋର୍ଟ। ମାମଲାର ଆସନ୍ତା ୧୬ ତାରିଖରେ ଆସିବ। ବହିଷ୍କୃତ ବିଜେପି ବିଧାୟକ ସେଙ୍ଗର ୨୦୧୭ରେ ଉନ୍ନାଓର ଜଣେ ଯୁବତୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ। ସେ ସମୟରେ ପୀଡ଼ିତା ନାବାଳିକା ଥିଲେ। ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହ ବିରୋଧରେ ଚାର୍ଜ ଫ୍ରେମ୍ ହୋଇଛି। ସିବିଆଇ ଉକ୍ତ ମାମଲାରେ ଗତକାଲି ଏହାର ଯୁକ୍ତି ଶେଷ କରିବା ପରେ ଦିଲ୍ଲୀ କୋର୍ଟ ସେଙ୍ଗରଙ୍କ ବିରୋଧରେ ରାୟ ସଂରକ୍ଷିତ ରଖିଛନ୍ତି। ଜିଲ୍ଲା ବିଚାରପତି ଧର୍ମେଶ ଶର୍ମା କହିଛନ୍ତି, ଡିସେମ୍ବର ୧୬ରେ ସେ ଏହି ମାମଲାରେ ରାୟ ପ୍ରକାଶ କରିବେ।
ଉନ୍ନାଓ ଦୁଷ୍କର୍ମ ମାମଲା: ଡିସେମ୍ବର ୧୬ରେ ରାୟ
/sambad/media/post_attachments/wp-content/uploads/2019/12/834345-unnaovictim-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)