ପାକ୍‌ ସେନାରେ ବିଦ୍ରୋହ! ସେନାମୁଖ୍ୟ ଜେନେରାଲ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବିରୋଧ କଲେ ୭ ଲେଫ୍ଟନାଣ୍ଟ ଜେନେରାଲ

ଇସ୍‌ଲାମାବଦ୍‌: ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଭାବେ ଛଅ ମାସ ବଢ଼ାଯିବା ଘଟଣାକୁ କେନ୍ଦ୍ରକରି ପାକ୍‌ ସେନାରେ ଅସନ୍ତୋଷ ତୀବ୍ର ହୋଇଛି। ଗତ ନଭେମ୍ବର ୨୯ ତାରିଖରେ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବାପରେ ପାକିସ୍ତାନର ଇମ୍ରାନ୍‌ ଖାନ୍‌ଙ୍କ ସରକାର ଯେପରି ଢ଼ଙ୍ଗରେ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଭାବେ ଆଉ ଛଅ ମାସ ପାଇଁ ବଢ଼ାଇଦେଲେ ତାକୁ ପାକିସ୍ତାନ ସେନା ଗ୍ରହଣ କରିପାରି ନାହିଁ। ଏହି ନିଷ୍ପତ୍ତିକୁ ବିରୋଧ କରି ପାକିସ୍ତାନ ସେନାର ୭ ଜଣ ଲେଫ୍ଟନାଣ୍ଟ ଜେନେରାଲ ଖୋଲାଖୋଲି ନିଜର ଅସନ୍ତୋଷ ପ୍ରଦର୍ଶନ କରିବାକୁ କୁଣ୍ଠା ପ୍ରକାଶ କରି ନାହାନ୍ତି।

Zee News India

ମୁଲତାନ୍‌ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ସର୍ଫରାଜ ସତ୍ତାର କହିଛନ୍ତି ଯେ ଅବସର ଗ୍ରହଣ କରିଥିବା ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କୁ ଆଉ ଦିନକ ପାଇଁ ହେଲେ ସୁଦ୍ଧା ଆମେ ସେନାମୁଖ୍ୟ ଭାବେ ଗ୍ରହଣ କରିପାରିବୁ ନାହିଁ। ଉଲ୍ଲେଖଯୋଗ୍ୟ ବାଜ୍‌ୱାଙ୍କ ପରେ ଜେନେରାଲ ସର୍ଫରାଜ ସତ୍ତାର ହୋଇଥାନ୍ତେ ପାକିସ୍ତାନର ପରବର୍ତ୍ତୀ ସେନାମୁଖ୍ୟ। କେବଳ ମାତ୍ର ଜେନେରାଲ ସର୍ଫରାଜ ସତ୍ତାର ନୁହନ୍ତି, ଲେଫ୍ଟନାଣ୍ଟ ଜେନେରାଲ ନଦିମ୍‌ ରାଜା, ଲେଫ୍ଟନାଣ୍ଟ ଜେନେରାଲ ହୁମାୟୁନ୍‌ ଅଜିଜ୍‌, ଲେଫ୍ଟନାଣ୍ଟ ଜେନେରାଲ ନଇମ୍‌ ଅସର୍ଫ, ଲେଫ୍ଟନାଣ୍ଟ ଜେନେରାଲ ଶେର୍‌ ଆଫ୍‌ଗାନ ଏବଂ ଲେଫ୍ଟନାଣ୍ଟ ଜେନେରାଲ କାଜି ଇକ୍‌ରାମ୍‌ ମଧ୍ୟ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳକୁ ସର୍ତ୍ତମୂଳକ ଭାବେ ଛଅ ମାସ ବଢ଼ାଯିବା ଘଟଣାକୁ ତୀବ୍ର ବିରୋଧ କରିଛନ୍ତି।

Dawn

ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ନିଷ୍ପତ୍ତିକୁ ସେନାର ବିରୋଧ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବା ସହ ଏହି ନିଷ୍ପତ୍ତିକୁ ବିରୋଧ କରି ପାକ୍‌ ସେନା ବାହିନୀରେ ବିଦ୍ରୋହ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର