ଲକ୍ଷ୍ନୌ : ସମାଜବାଦୀ ପାର୍ଟି ଅଫିସ୍ରେ ଆଜି ଦିନରେ ଅସମ୍ଭାଳ ଭିଡ଼ ହୋଇଥିଲା। ଭର୍ଚୁଆଲ ଯୋଗ ଦେବା ବଦଳରେ ସମାଜବାଦୀ ପାର୍ଟି କର୍ମୀମାନେ ଆଜି ସିଧାସଳଖ ରୢାଲିରେ ଯୋଗ ଦେଇଥିଲେ। ନିର୍ବାଚନ କମିସନ୍ଙ୍କ ଦ୍ବାରା ଘୋଷଣା ହୋଇଥିବା ନିୟମ ଏବଂ କରୋନା ନିୟମ ଉଲ୍ଲଂଘନ କରି ଭିଡ଼ ଜମାଇଥିଲେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ପୂର୍ବତନ ବିଜେପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ସମୟରେ ସପା କର୍ମୀଙ୍କ ଭିଡ଼ ଜମିଥିଲା। ନିୟମ ଉଲ୍ଲଂଘନ କରିଥିବାରୁ ୨୫୦୦ ସମାଜବାଦୀ ପାର୍ଟି କର୍ମୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଲକ୍ଷ୍ନୌ ପୁଲିସ କମିସନର କହିଛନ୍ତି, ସିଆରପିସି ଏବଂ ଆଇପିସିର ଧାରା ୨୭୦ ଏବଂ ୧୪୪ ଅଧୀନରେ ୨୫୦୦ ସମାଜବାଦୀ ପାର୍ଟି କର୍ମୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଭର୍ଚୁ୍ଆଲ ରୢାଲି ସ୍ଥଳରୁ ପୁଲିସ ଲୋକମାନଙ୍କୁ ଘଉଡ଼ାଇଛି। ଅନ୍ୟପକ୍ଷେ ଲକ୍ଷ୍ନୌ ଜିଲ୍ଲାପାଳ ଅଭିଶେକ ପ୍ରକାଶ କହିଛନ୍ତି, ବିନା ଅନୁମତିରେ ସମାଜବାଦୀ ପାର୍ଟିର ଏହି ରୢାଲି ଅନୁଷ୍ଠିତ ହୋଇଥିଲା। ସମାଜବାଦୀ ପାର୍ଟିର ଉତ୍ତରପ୍ରଦେଶ ମୁଖ୍ୟ ନରେଶ କୁମାର ପଟେଲ କହିଛନ୍ତି, ଆମ ପାର୍ଟି ଅଫିସ୍ରେ ଏହା ଏକ ଭର୍ଚୁଆଲ କାର୍ଯ୍ୟକ୍ରମ ଥିଲା। ଆମେ କାହାକୁ ଡାକିନଥିଲୁ। କିନ୍ତୁ ଲୋକ ଆସିଛନ୍ତି।
ସମାଜବାଦୀ ପାର୍ଟିର ଭର୍ଚୁଆଲ ରାଲିରେ ଅସମ୍ଭାଳ ଭିଡ଼, ୨୫୦୦ ସପା କର୍ମୀଙ୍କ ବିରୋଧରେ ଏତଲା
/sambad/media/post_attachments/wp-content/uploads/2022/01/samajwadi-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)