ହାଫିଜ୍‌ ସୟିଦ ମାସିକ ଖର୍ଚ୍ଚ ରିଲିଜ୍‌ ପାଇଁ ପାକିସ୍ତାନର ଅନୁରୋଧକୁ ମଞ୍ଜୁର କଲା ଜାତିସଂଘ ପ୍ରତିରକ୍ଷା ପରିଷଦ୍‌

ନୂଆଦିଲ୍ଲୀ: ଜମାତ୍‌-ଉଦ୍‌-ଦାଓ୍ଵାର ମୁଖ୍ୟ ହାଫିଜ୍‌ ସୟିଦ୍‌ର ମାସିକ ଖର୍ଚ୍ଚ ରିଲିଜ୍‌ ନିମନ୍ତେ ପାକିସ୍ତାନ କରିଥିବା ଆବେଦନକୁ ଜାତିସଂଘ ନିରାପତ୍ତା ପରିଷଦ୍‌ ମଞ୍ଜୁର କରିଛି।

୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌, ବିଶ୍ୱସଂନ୍ତ୍ରାସୀ ତାଲିକାଭୁକ୍ତ ହାଫିଜ୍‌ଙ୍କର ପରିବାର ଚଳାଇବାକୁ ମୌଳିକ ଖର୍ଚ୍ଚ ନିମନ୍ତେ ତାଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ରିଲିଜ୍‌ କରିବାକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ୍‌ର ୧୨୬୭ କମିଟି ନିକଟରେ ଅବେଦନ କରିଥିଲା।

ଶେଷ ତାରିଖ ସୁଦ୍ଧା କୌଣସି ଆପତ୍ତି ନ ଉଠିବାରୁ ପରିଷଦ୍‌ ଉକ୍ତ ଆବେଦନକୁ ଅନୁମୋଦନ କରିଛି।

Image Source: Zee News

ଚିଠିରେ ପାକିସ୍ତାନ ଲେଖିଥିଲା କି, ସୟିଦ୍‌ ହେଉଛନ୍ତି ତାଙ୍କ ୪ ଜଣିଆ ପରିବାରର ଏକମାତ୍ର ସହାୟକ ହୋଇଥିବାରୁ ଖାଦ୍ୟ, ପାନୀୟ ଏବଂ ଲୁଗାପଟା ଖର୍ଚ୍ଚ ଯୋଗାଇବା ଦାୟିତ୍ୱ ତାଙ୍କର।

ଜାତିସଂଘ ସୁରକ୍ଷା ପରିଷଦ୍‌ର ୧୨୬୭ ପ୍ରସ୍ତାବନା ଅଧୀନରେ ପାକିସ୍ତାନ ସରକାର ସୟିଦ୍‌ଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବ୍ଲକ୍‌ କରିଥିଲା।

ଆକାଉଣ୍ଟ୍‌ରୁ ପାକିସ୍ତାନୀ ମୁଦ୍ରା ହିସାବରେ ଘର ଖର୍ଚ୍ଚ ତୁଲାଇବାକୁ ସେ ୧, ୫୦, ୦୦ ଟଙ୍କା ଉଠାଇ ପାରିବେ ବୋଲି ଜାତିସଂଖ୍ୟା ସୁରକ୍ଷା ପରିଷଦ୍‌।

ସମ୍ବନ୍ଧିତ ଖବର