ଖର୍ଚ୍ଚ ପାଇଁ ଟଙ୍କା ଉଠାଇପାରିବ ହାଫିଜ୍‌, ଅନୁମତି ଦେଲେ ୟୁଏନ୍‌ଏସସି କମିଟି

ନୂଆଦିଲ୍ଲୀ: ଏଲଇଟି ମୁଖ୍ୟ ହାଫିଜ୍‌ ସୟିଦ ତା’ର ମୌଳିକ ଖର୍ଚ୍ଚ ପାଇଁ ନିଜ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଟଙ୍କା ଉଠାଇପାରିବ। ଏନେଇ ଜାତିସଂଘ ସୁରକ୍ଷା ପରିଷଦର ଏକ ଆତଙ୍କବାଦ ନିରୋଧ କମିଟି ଅନୁମତି ପ୍ରଦାନ କରିଛନ୍ତି। ହାଫିଜ୍‌କୁ ତା’ର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବ୍ୟବହାର କରିବାପାଇଁ ଅନୁମତି ଦେବାପାଇଁ ୟୁଏନ୍‌ଏସ୍‌ସି ନିକଟରେ ପାକିସ୍ତାନ ଅନୁରୋଧ କରିବାପରେ ଜାତିସଂଘ ସୁରକ୍ଷା କମିଟି ଏହି ଅନୁମତି ପ୍ରଦାନ କରିଛନ୍ତି। ହାଫିଜ୍‌ କେବଳ ତାର ଜରୁରୀ ଖର୍ଚ୍ଚ ଉଠାଇବାପାଇଁ ତା ବ୍ୟାଙ୍କ୍‌ ଆକାଉଣ୍ଟ୍‌ ବ୍ୟବହାର କରିପାରିବ ବୋଲି କମିଟି କହିଛନ୍ତି।

ସମ୍ବନ୍ଧିତ ଖବର