ନୂଆଦିଲ୍ଲୀ: ଜାତିସଂଘରେ ଭାରତକୁ ଏକ ବଡ଼ କୂଟନୈତିକ ବିଜୟ ମିଳିଛି । ଏସୀୟ-ପ୍ରଶାନ୍ତ ରାଷ୍ଟ୍ର ଗୋଷ୍ଠୀ ସର୍ବସମ୍ମତିକ୍ରମେ ୨୦୨୧-୨୨ ପାଇଁ ୨ ବର୍ଷର କାର୍ଯ୍ୟକାଳ ନିମନ୍ତେ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ଆସନ ନିମନ୍ତେ ଭାରତର ପ୍ରାର୍ଥିତ୍ବକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି। ଭାରତର ସଫଳ କୂଟନୀତି ଯୋଗୁଁ ୫୫ଟି ରାଷ୍ଟ୍ର ସହିତ ପାକିସ୍ତାନର ମଧ୍ୟ ସମର୍ଥନ ହାସଲ ହୋଇଛି । ୨୦୨୧-୨୦୨୨ ପାଇଁ ୧୫ ରାଷ୍ଟ୍ରଙ୍କୁ ନେଇ ଗଠିତ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚନ ଆସନ୍ତା ବର୍ଷ ଜୁନ୍ରେ ହେବ। ଭାରତକୁ ସମର୍ଥନ କରିଥିବା ୫୫ ରାଷ୍ଟ୍ର ମଧ୍ୟରେ ଆଫଗାନିସ୍ତାନ, ଭୁଟାନ, ଚୀନ୍, ଇଣ୍ଡୋନେସିଆ, ଇରାନ୍, ଜାପାନ, କୁଏତ, କିର୍ଗିଜ୍ସ୍ତାନ, ମାଲେସିଆ, ମାଳଦ୍ବୀପ, ମ୍ୟାମାର, ନେପାଳ, ପାକିସ୍ତାନ, କତର୍, ସାଉଦି ଆରବ ଶ୍ରୀଲଙ୍କା, ୟୁଏଇ ଏବଂ ଭିଏତନାମ ପ୍ରମୁଖ ରାଷ୍ଟ୍ର ରହିଛନ୍ତି। ଏହା ପୂର୍ବରୁ ୨୦୧୧-୧୨ରେ ମଧ୍ୟ ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା। ୟୁଏନ୍ଏସ୍ସିର ମୋଟ ୧୫ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ସ୍ଥାୟୀ ଏବଂ ୧୦ଟି ରାଷ୍ଟ୍ର ଅସ୍ଥାୟୀ।
ୟୁଏନ୍ଏସ୍ସି ଅସ୍ଥାୟୀ ସଦସ୍ୟତା:ଭାରତର ବଡ଼ କୂଟନୈତିକ ବିଜୟ
୫୫ ରାଷ୍ଟ୍ର ସମେତ ପାକିସ୍ତାନର ବି ସମର୍ଥନ ମିଳିଲା
/sambad/media/post_attachments/wp-content/uploads/2019/06/un-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)