ଇରାନ୍‌ରେ ଅଶାନ୍ତ ସ୍ଥିତି: ହିଜାବ ବିରୋଧୀ ଆନ୍ଦୋଳନକାରୀଙ୍କୁ ଗୁଳିମାଡ଼, ୩୧ ମୃତ

ତେହେରାନ: ଇରାନରେ ହିଜାବ୍‌ ବିରୋଧୀ ଆନ୍ଦୋଳନ ଭୟାନକ ସ୍ଥିତି ସୃଷ୍ଟି କରିଛି । ହିଜାବ ପିନ୍ଧିନଥିବାରୁ ଇରାନ ମୋରାଲିଟି ପୁଲିସ ନିର୍ଯାତନାରେ ମହସା ଆମିନୀ ନାମକ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ସବୁଠି ହିଂସାତ୍ମକ ବିକ୍ଷୋଭ ଚାଲିଛି। ଲୋକଙ୍କ ମାନବାଧିକାର ଉଲ୍ଲଂଘନ କରି ଧାର୍ମିକ ରୀତିନୀତି ଲଦି ଦିଆଯାଉଥିବାରୁ ଏହା ବିରୋଧରେ ଜନସାଧାରଣ ରାସ୍ତାକୁ ଓହ୍ଲାଇଛନ୍ତି।

ରାଜଧାନୀ ତେହରାନ ସମେତ ପ୍ରାୟ ୩୦ ପ୍ରମୁ୍ଖ ସହରରେ ପ୍ରତିବାଦ ଜାରି ରହିଛି। ଆନ୍ଦୋଳନକାରୀଙ୍କୁ ବଳ ପ୍ର‌େୟାଗ କରି ଘଉଡ଼ାଇବା ନିମନ୍ତେ ସରକାର ନିର୍ଦ୍ଦେଶ ଦେବାପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇରାନ ମାନବାଧିକାର ସଂସ୍ଥାର ନିର୍ଦ୍ଦେଶକ କହିଛନ୍ତି, ଲୋକମାନେ ସେମାନଙ୍କ ମୌଳିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି କିନ୍ତୁ ସରକାର ‌ସେମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବୁଲେଟ୍‌ରେ ଜବାବ ଦେଉଛନ୍ତି। କେବଳ ବୁଧବାର ରାତିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଅପରାହ୍ନରେ ଆଉ ୬ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର