ଜାମନଗର : ଶହଶହ ରୋଗୀଙ୍କ ଜୀବନ ବଞ୍ଚାଇଥିବା ଗୁଜରାଟ ଜାମନଗରର ୪୧-ବର୍ଷୀୟ ଖ୍ୟାତନାମା ହୃ୍ଦ୍ଶଲ୍ୟ ବିଶେଷଜ୍ଞ ଡ ଗୌରବ ଗାନ୍ଧୀଙ୍କର ନିଜ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଯାଇଥିବା ବୁଧବାର ତାଙ୍କ ପରିବାର ଓ ସହକର୍ମୀମାନଙ୍କ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳେ ଡ ଗାନ୍ଧୀଙ୍କ ଅକାଳ ବିୟୋଗ ସହର ତଥା ରାଜ୍ୟରେ ଶୋକର ଛାୟା ଖେଳାଇଦେଇଛି। ଶହଶହ ଶୋକାର୍ତ୍ତ ଶୁଭେଚ୍ଛୁ ଓ ପ୍ରଶଂସକ ସନ୍ଧ୍ୟାରେ ଅନୁଷ୍ଠିତ ତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ।
ଡ ଗାନ୍ଧୀ ବହୁସଂଖ୍ୟକ ଅସ୍ତ୍ରୋପଚାର କରି ହୃଦ୍ରୋଗୀମାନଙ୍କ ଜୀବନ ବଞ୍ଚାଇଥିଲେ। ସେ ଏକ ସକ୍ରିୟ ଜୀବନ ବିତାଉଥିଲେ, କ୍ରିକେଟ ଖେଳୁଥିଲେ ଏବଂ ଜିମ୍ନାସିୟମ ଯାଉଥିଲେ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଏହା କହିଛନ୍ତି ଗୁରୁ ଗୋବିନ୍ଦ ସିଂହ ସରକାରୀ ହସ୍ପିଟାଲର ଡ ଏଚ୍କେ ବାସବଦା।