ପାଲେଷ୍ଟାଇନ୍‌ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ଅକାଳ ବିୟୋଗ

ରମଲ୍ଲା : ପାଲେଷ୍ଟାଇନ୍‌ରେ ଭାରତର ରାଷ୍ଟ୍ରଦୂତଙ୍କ ରବିବାର ଦିନ ଅଚାନକ ମୃତ୍ୟୁ ଘଟିଥିବା ଖବର ମିଳିଛି। ରମଲ୍ଲା ସ୍ଥିତ ଭାରତୀୟ ଦୂତାବାସରେ ରାଷ୍ଟ୍ରଦୂତ ମୁକୁଲ ଆର୍ଯ୍ୟଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଭାରତୀୟ ରାଷ୍ଟ୍ରଦୂତଙ୍କ ବିୟୋଗରେ ଟ୍ବିଟ୍‌ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶୋକାକୁଳ ପରିବାର ଓ ପ୍ରିୟଜନଙ୍କୁ ସମବେଦନା ଜଣାଇଛନ୍ତି। ୨୦୦୮ ବ୍ୟାଚ୍‌ର ଆଇଏଫ୍‌ଏସ୍‌ ଅଧିକାରୀ ମୁକୁଲଙ୍କ ମୃତ୍ୟୁର କାରଣ ସଂପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିନାହିଁ। ପାଲେଷ୍ଟାଇନ୍‌ ବିଦେଶ ମନ୍ତ୍ରାଳୟ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛି।

ସମ୍ବନ୍ଧିତ ଖବର