Virat Kohli, Subman Gill ପର୍ଥ : ପର୍ଥରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୭ ୱିକେଟରେ ଶୋଚନୀୟଭାବେ ପରାସ୍ତ ହୋଇଥିଲା। ଏହି ପରାଜୟ ସହିତ, ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଏକ ଅଜବ ରେକର୍ଡ ସ୍ଥାପନ କରିଛନ୍ତି। ସେ ତିନୋଟି ଫର୍ମାଟରେ ଅଧିନାୟକତ୍ୱ କରୁଥିବା ସମୟରେ ପ୍ରଥମ ମ୍ୟାଚ୍ ହାରିଥିବା ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହି ଲଜ୍ଜାଜନକ ରେକର୍ଡ ପୂର୍ବରୁ ବିରାଟ କୋହଲିଙ୍କ ନାଁରେ ଥିଲା।

Advertisment

 ଉଭୟ ବିରାଟ କୋହଲି ଏବଂ ଶୁଭମନ ଗିଲ୍ ତିନୋଟି ଫର୍ମାଟରେ ଅଧିନାୟକ ଭାବରେ ସେମାନଙ୍କର ପ୍ରଥମ  ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଥିଲେ 

ଶୁଭମନ ଗିଲ୍ ଜିମ୍ବାୱେ ବିପକ୍ଷରେ ପ୍ରଥମ ଥର ପାଇଁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକତ୍ୱ କରିଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଜୁଲାଇ ୬ ତାରିଖରେ ଖେଳାଯାଇଥିବା ମ୍ୟାଚ୍ରେ ପରାସ୍ତ ହୋଇଥିଲା। ଟେଷ୍ଟ କ୍ରିକେଟରେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ, ଭାରତ ସେହି ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷରେ ପରାସ୍ତ ହୋଇଥିଲା। ସେହିପରି ଆଜି ଅର୍ଥାତ୍ ଅକ୍ଟୋବର ୧୯ ତାରିଖରେ, ସେ ଦିନିକିଆ ଫର୍ମାଟରେ ଅଧିନାୟକତ୍ୱ ଡେବ୍ୟୁରେ ପରାଜୟର ସମ୍ମୁଖୀନ ହୋଇଥିଲେ। ସେ ତାଙ୍କ ଆଇପିଏଲ୍ ଅଧିନାୟକତ୍ୱ ଡେବ୍ୟୁରେ ମଧ୍ୟ ପରାସ୍ତ ହୋଇଥିଲେ। ତାଙ୍କ ପୂର୍ବରୁ କୋହଲି ତିନୋଟି ଫର୍ମାଟରେ ନିଜ ଅଧିନାୟକତ୍ବର ପ୍ରଥମ ମ୍ୟାଚ ହାରିଥିଲେ । 

ଆହୁରି ପଢନ୍ତୁ : ପ୍ରଥମ ଦିନିକିଆ : ଭାରତକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ, ବର୍ଷା ଯୋଗୁଁ ଲାଗୁ ହେଲା ଡିଏଲ ମେଥଡ

କୋହଲି ୨ ଜୁଲାଇ ୨୦୧୩ରେ କିଙ୍ଗଷ୍ଟନରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ, କିନ୍ତୁ ଦଳ ୧୬୧ ରନରେ ପରାଜୟ ବରଣ କରିଥିଲା। କୋହଲିଙ୍କ ଟେଷ୍ଟ ଡେବ୍ୟୁରେ, ଭାରତ ୨୦୧୪ରେ ଆଡିଲେଡ୍ ଓଭାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୮ ରନରେ ପରାସ୍ତ ହୋଇଥିଲା। ଅଧିନାୟକ ଭାବରେ ତାଙ୍କର ପ୍ରଥମ ଟି୨୦ ମ୍ୟାଚ ଜାନୁଆରୀ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଥିଲା । ଏହି ମ୍ୟାଚରେ ଭାରତ ୭ ୱିକେଟରେ ପରାସ୍ତ ହୋଇଥିଲା ।