ବିଜେପି ନେତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ବିଧାୟକ ଭଣଜା ରାହୁଲ ଲୋଧିଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ଅନ୍ୟଜଣେ ଆହତ

ଲକ୍ଷ୍ନୌ: ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଭଣଜାଙ୍କ ବେପରୁଆ ଗାଡ଼ି ଚାଳନାରେ ଜଣଙ୍କର ମୁତ୍ୟୁ ହେବା ସହ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହେବା ଘଟଣାକୁ କେନ୍ଦ୍ର କରି ଆଜି ଅପରାହ୍ଣରେ ଉତ୍ତରପ୍ରଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଆଜି (ସୋମବାର) ଅପରାହ୍ଣରେ ଉତ୍ତରପ୍ରଦେଶର ଟିକମଗଡ଼ ଜିଲ୍ଲା ଅଧୀନସ୍ଥ ବଳଦେବଗଡ଼ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧି ବେପରୁଆ ଭାବେ ଖୁବ୍‌ ଦ୍ରୁତଗତିରେ ତାଙ୍କ ଗାଡ଼ି ଚଳାଇ ଆସୁଥିବା ବେଳେ ଦୁଇ ଜଣଙ୍କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଜଣଙ୍କର ମୁତ୍ୟୁ ଘଟଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ। ତେବେ, ଏହି ଦୁର୍ଘଟଣା ପରେ ଗାଡ଼ି ଚଳାଉଥିବା ସୁଶ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧି ତାଙ୍କ ଗାଡ଼ିକୁ ଧରି ଘଟଣା ସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ।

ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ସୁଶ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧିଙ୍କ ଗିରଫଦାରୀ ଦାବି କରି ରାସ୍ତାରୋକୋ କରିଥିଲେ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦୁର୍ଘଟଣା ଘଟାଇଥିବା ସୁଶ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧି ବର୍ତ୍ତମାନ ଉତ୍ତରପ୍ରଦେଶର ଖଡ଼ଗପୁର ବିଧାନସଭା ଆସନରୁ ବିଜେପିର ଦଳୀୟ ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର