ୟୁପିକୁ କନୱର ଯାତ୍ରା ଉପରେ ପୁନର୍ବିଚାର କରିବାର ଆଉ ଏକ ସୁଯୋଗ ଦିଆଯାଉଛି, ନଚେତ୍ ଆମେ ଆଦେଶ ଦେବୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଆଖି ଆଗରେ ରଖି ଉତ୍ତରାଖଣ୍ଡ ସରକାର କନୱର ଯାତ୍ରାକୁ ଅନୁମତି ଦେଇନଥିବା ବେଳେ ଉତ୍ତରପ୍ରଦେଶ ସରକାର ଏହି ଯାତ୍ରାକୁ ଅନୁମତି ଦେଇଥିଲେ | ଆଜି ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିଜର ନିଷ୍ପତ୍ତି ଉପରେ ଦ୍ଵିତୀୟ ଥର ବିଚାର କରିବାକୁ କହିଛନ୍ତି ଏବଂ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି |

ସ୍ୱାସ୍ଥ୍ୟ ଏବଂ ଜୀବନ ଅଧିକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି | ଜଷ୍ଟିସ୍ ଆର ଏଫ୍ ନରିମାନ କହିଛନ୍ତି ଯେ, “ଆମେ ସମସ୍ତେ ଭାରତର ନାଗରିକ। ଧାରା ୨୧- ଜୀବନ ଅଧିକାର, ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। କରୋନା ମହାମାରୀ ସମୟରେ ୟୁପି ଶାରୀରିକ ଯାତ୍ରା ପାଇଁ ଅନୁମତି ଦେଇପାରିବ ନାହିଁ |

ndtv.com

ପରବର୍ତ୍ତୀ ଶୁଣାଣି ସୋମବାରକୁ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜ୍ୟକୁ ପୁନର୍ବିଚାର କରିବାର ଆଉ ଏକ ସୁଯୋଗ ଦିଆଯାଉଛି, ନଚେତ୍ ଆମେ ଆଦେଶ ଦେବୁ।

ଉଲ୍ଲେଖଯୋଗ୍ୟ, ଶ୍ରାବଣରେ କନୱର ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ଅନୁମତି ଓ ଉତ୍ତରାଖଣ୍ଡ ସରକାରଙ୍କ ବାରଣ ଲୋକଙ୍କୁ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ମହାପ୍ରଭୁ ଶିବଙ୍କୁ କାଉଡିଆମାନେ ଜଳଲାଗି କରିବା ପାଇଁ ଯିବେ ନା ନାହିଁ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଯିବାପରେ ଏହି ପ୍ରସଙ୍ଗରେ ଜୁଲାଇ ୧୪ରେ ନିଜଆଡୁ ହସ୍ତକ୍ଷେପ କରିଥିଲେ ସୁପ୍ରିମକୋର୍ଟ । ବିଚାରପତି ଜଷ୍ଟିସ ଆର ଏଫ ନରିମନ୍ ଓ ଜଷ୍ଟିସ ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ କରିଥିଲେ | ଆଜି ଏହାର ଶୁଣାଣି ସମୟରେ ଉତ୍ତରପ୍ରଦେଶ ସରକାରଙ୍କୁ ପୁଣି ଥରେ ବିଚାର କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧିତ ଖବର