ଉତ୍ତରପ୍ରଦେଶ : ୧୧୪ ଟି ଟ୍ରେନରେ ଫେରୁଛନ୍ତି ୧.୨୦ ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆଗକୁ ସ୍ଥିତି ଖରାପ ହେବାକୁ ଯାଉଛି । କାରଣ ଆଜି ରାତି ସୁଦ୍ଧା ଉତ୍ତରପ୍ରଦେଶକୁ ୧୧୪ଟି ଟ୍ରେନରେ ପ୍ରାୟ ୧ ଲକ୍ଷ ଲୋକ ଫେରିବାର ସମ୍ଭାବନା ରହିଛି । ଆଉ ୯୮ଟି ଟ୍ରେନ ରବିବାର ଓ ସୋମାବାରଦିନ ଉତ୍ତରପ୍ରଦେଶରେ ପହଞ୍ଚିବ । ଆହୁରି ୧୫ରୁ ୨୦ଟି ଟ୍ରେନ ଚଳାଇବାକୁ ଯୋଜନା ଚାଲିଛି ।

ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବନିଶ ଅଓ୍ୱସ୍ତି କହିଛନ୍ତି ଯେ ଶନିବାର ସକାଳ ସୁଦ୍ଧା ୯୭ଟି ଟ୍ରେନ ପହଞ୍ଚିଛି । ଶନିବାର ରାତି ସୁଦ୍ଧା ଆଉ ୧୭ଟି ଟ୍ରେନ ଆସିବ । ଏଗୁଡ଼ିକ ମାଧ୍ୟମରେ ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ରାଜ୍ୟକୁ ଫେରିଛନ୍ତି ।

ଏସବୁ ଟ୍ରେନ ଗୁଡ଼ିକ ରାଜ୍ୟର ୩୬ଟି ଷ୍ଟେସନରେ ପହଞ୍ଚିଛି । ସର୍ବାଧିକ ଟ୍ରେନ ଲକ୍ଷ୍ନୌ ଓ ଗୋରଖପୁର ଷ୍ଟେସନରେ ପହଞ୍ଚିଛି । କେନ୍ଦ୍ର ସରକାର ଆଉ ୯୮ଟି ଟ୍ରେନ ଚଳାଚଳ ପାଇଁ ମଂଜୁରୀ ଦେଇଛନ୍ତି । ସେଗୁଡ଼ିକ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ରବିବାର ଓ ସୋମବାର ସୁଦ୍ଧା ପହଞ୍ଚିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର