କେନ୍ଦ୍ରକୁ ହିନ୍ଦୁ ଶରଣାର୍ଥୀଙ୍କ ତାଲିକ ପଠାଇଲା ଉତ୍ତର ପ୍ରଦେଶ

ଲକ୍ଷ୍ନୌ: ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ରାଜ୍ୟର ୧୯ଟି ଜିଲ୍ଲାରେ ବେଆଇନ୍‌ ଭାବେ ବସବାସ କରୁଥିବା ଅଣମୁସଲମାନଙ୍କର ଏକ ତାଲିକା ଉତ୍ତର ପ୍ରଦେଶ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଛି। ଏ ଭଳି ପଦକ୍ଷେପ ନେଇ ‘ସିଏଏ’ ପ୍ରବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିବାରେ ସମଗ୍ର ଦେଶରେ ଉତ୍ତର ପ୍ରଦେଶ ପ୍ରଥମ ହେବାକୁ ଯାଉଛି। ଏହି ତାଲିକାରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ- ‘ଉତ୍ତର ପ୍ରଦେଶ ମେ ଆୟେ ପାକିସ୍ତାନ, ଆଫଗାନୀସ୍ତାନ ଏବମ୍‌ ବାଂଲାଦେଶ କେ ଶରଣାର୍ଥୀଓଁ କି ଆପ୍‌ବୀତି କହାନୀ’ରେ ଶରଣାର୍ଥୀମାନଙ୍କର ବ୍ୟକ୍ତିଗତ କାହାଣୀ ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରାଯାଇଛି।

Image Source: Newsjizz

ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଆସି ବସବାସ କରୁଥିବା ଶରଣାର୍ଥୀମାନଙ୍କୁ ଚିହ୍ନଟ କରି ସେମାନଙ୍କର ତାଲିକା ସରକାରଙ୍କ ନିକଟରେ ଦାଖଲ କରିବାକୁ ଗତ ସପ୍ତାହରେ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ କୁହାଯାଇଥିଲା। ସେମାନଙ୍କ ଠାରୁ ମିଳିଥିବା ତାଲିକାର ତଥ୍ୟାବଳିକୁ ମିଶାଇ ଦେଖାଯାଇଛି ଯେ ପ୍ରାୟ ୪୦, ୦୦୦ ଅଣମୁସଲମାନ ଶରଣାର୍ଥୀ ଉତ୍ତର ପ୍ରଦେଶରେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ରହୁଛନ୍ତି ଆଗ୍ରା, ରାଏ ବରେଲି, ସହରଣପୁର, ଗୋରଖପୁର, ଆଲିଗଡ଼, ରାମପୁର, ମୁଜାଫରନଗର, ହାପୁର, ମଥୁରା, କାନପୁର, ପ୍ରତାପଗଡ଼, ବାରାଣସୀ, ଆମେଠି, ଝାନ୍‌ସୀ, ବାରୈଚ୍‌, ଲକ୍ଷ୍ମୀପୁର ଖେରି, ଲକ୍ଷ୍ନୌ, ମିରଟ ଏବଂ ପିଲଭିତ ଆଦି ୧୯ ଟି ଜିଲ୍ଲାରେ।

କେବଳ ପିଲ୍‌ଭିତ୍‌ରେ ପ୍ରାୟ ୩୦ ରୁ ୩୫ ହଜାର ଶରଣାର୍ଥୀ ରହୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର