ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ : ଘୋର ଦୁର୍ଦ୍ଦିନରେ ମାୟାବତୀଙ୍କ ବିଏସପି, ଦଳ ଛାଡ଼ିପାରନ୍ତି ଆଉ ୫ ବିଧାୟକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଉ ପ୍ରାୟ ବର୍ଷକରୁ କମ ସମୟ ରହିଥିବାବେଳେ ରାଜ୍ୟରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳର ଗତିବିଧି ସକ୍ରିୟ ହୋଇଯାଇଛି । ଏହା ସହିତ ନେତାମାନେ ସୁବିଧା ଅନୁସାରେ ବିଭିନ୍ନ ଦଳକୁ ଡେଇଁବାକୁ ପ୍ରସ୍ତୁତ ହୋଇଗଲେଣି ।
ଆଜି ମାୟାବତୀଙ୍କ ଦଳ ବହୁଜନ ସମାଜ ପାର୍ଟି (ବିଏସପି) କୁ ଏକ ବଡ଼ ଧକ୍କା ମିଳିଛି । ବିଏସପିର ୯ ଜଣ ବିଦ୍ରୋହୀ ବିଧାୟକ ସମାଜବାଦୀ ପାର୍ଟି (ଏସପି) ନେତା ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ସେମାନେ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ମିଶିବାର ସମ୍ଭାବନା ଥିବା କୁହାଯ଼ାଉଛି ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଦୁଇ ଦଳ ମିଳିତ ଭାବେ ଲଢିଥିଲେ । ତେବେ ଗତ ବର୍ଷଠାରୁ ଦୁଇଦଳ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି । ଗତ ବର୍ଷ ବିଏସପିର ୫ ଜଣ ବିଧାୟକ ସପାରେ ମିଶିଥିଲେ । ଏବେ ଆଉ ୯ ଜଣ ଯ଼ଦି ଦଳଛାଡ଼ନ୍ତି ତାହା ବିଏସପି ପାଇଁ ଏକ ବଡ଼ ଧକ୍କା ହେବ ।

୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଏସପି ମୋଟ ୧୯ଟି ଆସନରେ ବିଜୟୀ ହୋଇଥିଲା । ମାତ୍ର ଦଳରେ ଏବେ ବିଧାୟକ ସଂଖ୍ୟା ୭କୁ ଖସିଆସିଛି । ଯ଼ଦି ଆଉ ୫ ଜଣ ଦଳ ଛାଡ଼ନ୍ତି ତେବେ ଦଳରେ ମାତ୍ର ୨ ଜଣ ବିଧାୟକ ରହିବେ ।

ସମ୍ବନ୍ଧିତ ଖବର