ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ଯୁଦ୍ଧ ଶିଖରରେ ପହଞ୍ଚିଛି ଏବଂ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଜି ନ୍ୟୁଜ୍’ ୟୁପି ନିର୍ବାଚନକୁ ନେଇ ଭାରତର ସବୁଠାରୁ ବଡ ଜନମତ ସର୍ଭେ ଆଣିଛି। ସର୍ବବୃହତ ନମୁନା ଆକାର ସଂଗ୍ରହ କରାଯାଇଛି ଏବଂ ଜନମତ ସର୍ଭେ ଅନୁଯାୟୀ, ବିଜେପିର ଯୋଗୀ ଆଦିତ୍ୟନାଥ ୨୦୨୨ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲୋକଙ୍କ ପସନ୍ଦ ହୋଇ ରହିଛନ୍ତି। ଅଖିଳେଶ ଯାଦବ ଦ୍ୱିତୀୟ ପସନ୍ଦ ହୋଇଥିବାବେଳେ ମାୟାବତୀ ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହୁଏତ ୟୁପିରେ ମହିଳାଙ୍କ କଲ୍ୟାଣ ଏବଂ ବିକାଶ ଉପରେ ଧ୍ୟାନ ଦେଇ ଏକ ଅଭିଯାନ ଆରମ୍ଭ କରିଥାଇପାରନ୍ତି, କିନ୍ତୁ ଜନମତ ସର୍ଭେ ଅନୁଯାୟୀ, ୟୁପିର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ତାଙ୍କୁ ୪-୫% ରୁ ଅଧିକ ସମର୍ଥନ ମିଳିନାହିଁ।
ଆସନ୍ତା ମାସରେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାବେଳେ ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତରପ୍ରଦେଶରେ ସବୁଠାରୁ ବଡ ନିର୍ବାଚନୀ ଯୁଦ୍ଧ ଦେଖିବାକୁ ମିଳିବ - ଯେଉଁଠାରେ ୭ଟି ପର୍ଯ୍ୟାୟରେ ୪୦୩ଟି ଆସନ ପାଇଁ ମତଦାନ କରାଯିବ।
ତେବେ, କରା ଯାଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେରେ ୟୁପିର ମୁଖ୍ୟମନ୍ତ୍ରୀ ଭାବେ
ଯୋଗୀ ଆଦିତ୍ୟନାଥ: ୪୭%
ଅଖିଳେଶ ଯାଦବ: ୩୫%
ମାୟାବତୀ: ୯%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୫%
ଅନ୍ୟମାନେ: ୪%
ପ୍ରତି ଅଞ୍ଚଳ ଓ୍ଵାରି ଦେଖିଲେ
ଅୱାଧ (ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ନୌ, ପ୍ରୟାଗରାଜ, ଅଯୋଧ୍ୟା ଅନ୍ତର୍ଭୁକ୍ତ):
ଯୋଗୀ ଆଦିତ୍ୟନାଥ: ୪୭%
ଅଖିଳେଶ ଯାଦବ: ୩୪%
ମାୟାବତୀ: ୧୦%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୫%
ଅନ୍ୟମାନେ: ୪%
ପୂର୍ଣ୍ଣାଞ୍ଚଳ:
ଯୋଗୀ ଆଦିତ୍ୟନାଥ: ୪୮%
ଅଖିଳେଶ ଯାଦବ: ୩୫%
ମାୟାବତୀ: ୯%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୫%
ଅନ୍ୟମାନେ: ୪%
ବୁନ୍ଦେଲଖଣ୍ଡ:
ଯୋଗୀ ଆଦିତ୍ୟନାଥ: ୫୦%
ଅଖିଳେଶ ଯାଦବ: ୩୧%
ମାୟାବତୀ: ୧୧%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୫%
ଅନ୍ୟମାନେ: ୩%
ରୁହେଖଣ୍ଡ:
ଯୋଗୀ ଆଦିତ୍ୟନାଥ: ୪୭%
ଅଖିଳେଶ ଯାଦବ: ୩୭%
ମାୟାବତୀ: ୯%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୩%
ଅନ୍ୟମାନେ: ୪%
କେନ୍ଦ୍ରୀୟ ୟୁପି:
ଯୋଗୀ ଆଦିତ୍ୟନାଥ: ୪୭%
ଅଖିଳେଶ ଯାଦବ: ୩୫%
ମାୟାବତୀ: ୯%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୪%
ଅନ୍ୟମାନେ: ୫%
ୱେଷ୍ଟର୍ଣ୍ଣ ୟୁପି:
ଯୋଗୀ ଆଦିତ୍ୟନାଥ: ୪୩%
ଅଖିଳେଶ ଯାଦବ: ୪୧%
ମାୟାବତୀ: ୯%
ପ୍ରିୟଙ୍କା ଗାନ୍ଧୀ ଭଦ୍ରା: ୪%
ଅନ୍ୟମାନେ: ୩%
ଏହି ଜନମତ ସର୍ଭେ ‘ଜି ନ୍ୟୁଜ’ ଦ୍ୱାରା ମିଳିତ ଭାବରେ ‘ଡିଜାଇନ୍ ବକ୍ସଡ୍’ - ଏକ ରାଜନୈତିକ ଅଭିଯାନ ପରିଚାଳନା କମ୍ପାନି ସହିତ ମିଳିତ ଭାବରେ କରାଯାଇଥିଲା। ଯାହାର ଜନମତ ସର୍ଭେ କରିବାର ଦୀର୍ଘ ଅଭିଜ୍ଞତା ରହିଛି। ସର୍ଭେ ପାଇଁ ନମୁନାର ଆକାର ଦୃଷ୍ଟିରୁ ଏହା ମଧ୍ୟ ଭାରତ ଇତିହାସରେ କରାଯାଇଥିବା ସର୍ବବୃହତ ଜନମତ ସର୍ଭେ ବୋଲି ‘ଜି ନ୍ୟୁଜ’ ଦାବୀ କରିଛି।