ପୁଲଓ୍ଵାମା ଆକ୍ରମଣ ପରେ ଜୈସ୍-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ୟୁପି ଆଣ୍ଟି-ଟେରୋରିଜିମ୍ ସ୍କ୍ଵାଡ୍
ଲକ୍ଷ୍ନୌ : ପୁଲଓ୍ଵାମା ଜିଲ୍ଲାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ସପ୍ତାହେ ପରେ ଜୈସ୍-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉତ୍ତରପ୍ରଦେଶର ଆଣ୍ଟି-ଟେରୋରିଜମ୍ ସ୍କ୍ଵାଡ୍ । ଦୁଇ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶର ସାହରାନପୁର ଜିଲ୍ଲାରେ ଥିବା ଦେଓବନ୍ଦ ସହରରୁ ଗିରଫ କରାଯାଇଛି । ଗିରଫ ହେବା ପରେ ଦୁଇ ଆତଙ୍କବାଦୀ ଶହାନଓ୍ଵାଜ୍ ଏବଂ ଅକ୍ୱିବ୍ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେମାନେ ଜମ୍ମ-କଶ୍ମୀରର କୁଲ୍ଗାମ୍ ଏବଂ ପୁଲିଓ୍ଵାମାର ବାସିନ୍ଦା ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
UP DGP OP Singh: Yesterday after inputs two suspected terrorists were caught from Saharanpur by our ATS wing. They are linked to JeM and both are from Kashmir. Shahnawaz is from Kulgam and Aqib is from Pulwama pic.twitter.com/ENRuf34bgz
— ANI UP (@ANINewsUP) 22 February 2019
ସୂଚନା ମୁତାବକ, ଶୁକ୍ରବାର ଦେଓବନ୍ଦ ସହରରେ ଆଣ୍ଟି-ଟେରୋରିଜମ୍ ସ୍କ୍ଵାଡ୍ ଚଢ଼ାଉ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ଗିରଫ ହୋଇଥିବା ଦୁଇ ଆତଙ୍କବାଦୀଙ୍କ ସଂପୃକ୍ତି ପୁଲଓ୍ଵାମା ଆକ୍ରମଣରେ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଗିରଫ କରାଯିବା ପରେ ସେମାନେ କେବେ କଶ୍ମୀରରୁ ଦେଓବନ୍ଦକୁ ଆସିଲେ ଏବଂ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା ସେ ନେଇ ତଦନ୍ତ ଆରମ୍ଭ ହୋଇ ଯାଇଛି ବୋଲି କହିଛନ୍ତି ଉତ୍ତରପ୍ରଦେଶର ଡିଜି ଓ.ପି. ସିଂହ ।