ଲକ୍ଷ୍ନୌ : ଉତ୍ତର ପ୍ରଦେଶ ଆଣ୍ଟି ଟେରରିଜମ୍ ସ୍କାଡ (ୟୁପି ଏଟିଏସ୍) ଆଜି ଖଲିସ୍ତାନ ଆନ୍ଦୋଳନ ପାଇଁ ପ୍ରମୁଖ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଆଶିଷ ସିଂହକୁ ଗିରଫ କରିଛି। ଆଶିଷ ମୁଖ୍ୟତଃ ‘ଖଲିସ୍ତାନ ଲିବରେସନ ଫୋର୍ସ’ (କେଏଲଏଫ୍)କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଆସୁଥିଲା। ତେବେ ୟୁପି ଏଟିଏସ୍ ଗତକାଲି ହରିଦ୍ବାର ନିକଟରୁ ଆଶିଷକୁ ଗିରଫ କରିବାକୁ ସମର୍ଥ ହୋଇଛି। ଆଶିଷର କଲ୍ ରେକର୍ଡ ଯାଞ୍ଚ କରାଯିବା ପରେ ପାକିସ୍ତାନ ଆତଙ୍କବାଦୀଙ୍କ ସହ ତା’ର ସମ୍ପର୍କ ଥିବା ନେଇ ପୁଲିସ ଜାଣିପାରିଛି। ୟୁପିଏଟିଏସ୍ କହିବା ଅନୁଯାୟୀ, ଆଶିଷ ହିଁ କେଏଲ୍ଏଫ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିଲା। ପଞ୍ଜାବ ପୁଲିସଠାରୁ ସୂଚନା ପାଇ ୟୁପିଏଟିଏସ୍ ଆଶିଷକୁ ପିଛା କରିଥିଲା। ଗତକାଲି ୟୁପି ଏଟିଏସ୍ ତାକୁ ହରିଦ୍ବାରର ସିଭିଲ ଲାଇନ୍ ଏରିଆର ଯାଦୁଗର ରୋଡ୍ର ଟିକ୍ରିଠାରୁ ତାକୁ ଗିରଫ କରିଥିଲା। ଆଶିଷକୁ ଜେରା ପରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ ହୋଇଛି।
ଖଲିସ୍ତାନ ଆନ୍ଦୋଳନ ପାଇଁ ଅସ୍ତ୍ର ଯୋଗାଣକାରୀ ଆଶିଷ ସିଂହ ହରିଦ୍ବାରରୁ ଗିରଫ
/sambad/media/post_attachments/wp-content/uploads/2020/02/ashis.jpg)