ୟୁପି ଏଟିଏସ୍‌ର ଚଢ଼ଉ ୨ ସନ୍ଦିଗ୍ଧ ଗିରଫ, ୧୦ ଅଟକ

ଲକ୍ଷ୍ନୌ: ପୁଲ୍‌ୱାମାରେ ଭୟାନକ ଆତ୍ମଘାତୀ ଆକ୍ରମଣ କରିଥିବା ଆତଙ୍କବାଦୀ ଗୋଷ୍ଠୀ ଜୈସ୍‌-ଏ-ମହମ୍ମଦ ଏବେ ଉତ୍ତରପ୍ରଦେଶରେ ମଧ୍ୟ ତା’ର କାୟା ବିସ୍ତାର କରି ଚାଲିଛି। ଜେଇଏମ୍‌ରେ ନୂତନ ସଦସ୍ୟଙ୍କୁ ଭର୍ତ୍ତି କରିବା ପାଇଁ ବିଭିନ୍ନ ରାଜ୍ୟରେ ଏହାର ସଂଚାଳକମାନେ ରହିଛନ୍ତି। ଏମାନଙ୍କୁ ତାଲିମ ଦେବାପାଇଁ ମଧ୍ୟ କିଛି ସ୍ବତନ୍ତ୍ର ପ୍ରତିନିଧି ରହୁଛନ୍ତି। ଆଜି ୟୁପି ଏଟିଏସ୍‌ ଗୁଇନ୍ଦା ସୂତ୍ରରୁ ଖବର ପାଇ ୟୁପିର ଶାହରନପୁର୍‌ରୁ ଜେଇଏମ୍‌ ସହ ସଂପର୍କ ରଖିଥିବା ୧୦ ଜଣଙ୍କୁ ଅଟକ ରଖିଛି ଏବଂ ୨ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର