ଆଗ୍ରା: ଉତ୍ତର ପ୍ରଦେଶ ବାର୍ କାଉନ୍ସିଲର ପ୍ରଥମ ମହିଳା ସଭାପତି ଦରବେଶ ଯାଦବ (୩୮)ଙ୍କୁ ଆଜି ଆଜି ଆଗ୍ରା ଜିଲ୍ଲା କୋର୍ଟ ପରିସରରେ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିଥିବା ଅଭିଯୁକ୍ତ ଜଣେ ଓକିଲ ଏବଂ ସେ ମଧ୍ୟ ନିଜକୁ ଗୁଳି ମାରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆଜି ଜିଲ୍ଲା କୋର୍ଟ ପରିସରରେ ଦରବେଶଙ୍କ ପାଇଁ ସ୍ବାଗତ ସମାରୋହ ଆୟୋଜନ କରାଯାଇଥିଲା ଏବଂ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାର ଅଧ ଘଣ୍ଟା ପରେ ଅନ୍ୟ ଓକିଲଙ୍କ ଗହଣରେ ବାର୍ କାଉନ୍ସିଲ ସଭାପତି ଆଲୋଚନା କରୁଥିବା ବେଳେ ଅଚାନକ ଆଇନଜୀବୀ ମନିଷ ଶର୍ମା ତାଙ୍କ ଉପରକୁ ଏକ ପିସ୍ତଲରୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଦରବେଶଙ୍କ ମୁଣ୍ଡ ଓ ପେଟରେ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମନିଷ ନିଜ ମୁଣ୍ଡକୁ ଗୁଳି କରିଥିଲେ ଏବଂ ତାଙ୍କ ଅବସ୍ଥା ଉଦ୍ବେଗଜନକ ରହିଛି।
ଆଗ୍ରା ଏଏସ୍ପି ପ୍ରବୀଣ ଆନନ୍ଦ କହିଛନ୍ତି ଯେ ଆଇନଜୀବୀ ମନିଷ ଯେଉଁ ପିସ୍ତଲ ବ୍ୟବହାର କରିଥିଲେ ତାହା ତାଙ୍କର ଲାଇସେନ୍ସପ୍ରାପ୍ତ ପିସ୍ତଲ ଏବଂ ପୁଲିସ ତାହାକୁ ଜବତ କରିଛନ୍ତି। ତେବେ କେଉଁ କାରଣ ପାଇଁ ଓକିଲ ଜଣକ ଏଭଳି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନାହିଁ। ଦରବେଶଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ୟୁପି ବାର୍ କାଉନ୍ସିଲ ସଭାପତିଙ୍କୁ ଗୁଳିକରି ହତ୍ୟା
୨ ଦିନ ତଳେ ନିର୍ବାଚିତ ହୋଇଥିଲେ
/sambad/media/post_attachments/wp-content/uploads/2019/06/bar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)