ସହାରନପୁର: ଉତ୍ତରପ୍ରଦେଶର ସହାରନପୁରରୁ ଏକ ହୃଦୟବିଦାରକ ଖବର ଆସିଛି। ଏଠାରେ ଜଣେ ବିଜେପି ନେତା ତାଙ୍କ ସ୍ତ୍ରୀ ଏବଂ ତିନି ପିଲାଙ୍କୁ ଗୁଳି କରିଛନ୍ତି। ଏହି ଘଟଣାରେ ଘଟଣା ସ୍ଥଳରେ ଦୁଇ ପୁଅ ଓ ଏକମାତ୍ର ଝିଅର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାମ ହେଉଛି ଶିବାଂଶ(୪), ଦେବାଂଶ(୭) ଓ ଶ୍ରଦ୍ଧା(୮) । 

Advertisment

ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଡାକ୍ତରଖାନା ନେଇଯାଇଥିଲା, ଯେଉଁଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ପୋଲିସ ଉଭୟ ସନ୍ତାନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏହି ସମୟରେ, ବିଜେପି ନେତାଙ୍କ ପତ୍ନୀ ନେହା (୩୨)ଙ୍କ ଚିକିତ୍ସା ପୁଲିସ ହେପାଜତରେ କରାଯାଉଛି। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି କୁହାଯାଉଛି। 

କୁହାଯାଉଛି ଯେ ହତ୍ୟା କରିବା ପରେ ସଂପୃକ୍ତ ନେତା ନିଜ ପଡ଼ୋଶୀଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ । ଏହା ଶୁଣି ପଡ଼ୋଶୀ ହତବାକ୍ ହୋଇଯାଇଥିଲେ ।

ପୋଲିସ ଅଭିଯୁକ୍ତ ବିଜେପି ନେତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଜେପି ନେତାଙ୍କୁ ସହାରନପୁର ଜିଲ୍ଲା କାର୍ଯ୍ୟକାରିଣୀର ସଦସ୍ୟ ଯୋଗେଶ ରୋହିଲା ଭାବରେ ଚିହ୍ନଟ କରାଯାଇଛି। କୁହାଯାଉଛି ଯେ ସେ ବହୁତ ଦିନ ଧରି ମାନସିକ ରୋଗୀ ଥିଲେ। ତଥାପି, ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଏହି ଘଟଣାର କୌଣସି ଠୋସ୍ କାରଣ ଦିଆଯାଇ ନାହିଁ। ପୋଲିସର ସୂଚନା ଅନୁଯାୟୀ, ସହାରନପୁରର ଗଙ୍ଗୋହ ଅଞ୍ଚଳର ସାଙ୍ଗାଥେଡା ଗାଁରେ ରହୁଥିବା ଜଣେ ବିଜେପି ନେତାଙ୍କ ଏହି ଘଟଣାର ଖବର ଜଣାପଡ଼ିବା ପରେ ସମଗ୍ର ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିଲା। କୁହାଯାଉଛି ଯେ ହତ୍ୟା କରିବା ପରେ ସଂପୃକ୍ତ ନେତା ନିଜ ପଡ଼ୋଶୀଙ୍କୁ ଏହି ଘଟଣା ସଂପର୍କରେ ଜଣାଇଥିଲେ । ଏହା ଶୁଣି ପଡ଼ୋଶୀ ହତବାକ୍ ହୋଇଯାଇଥିଲେ ।