ପ୍ରୟାଗରାଜ: ମହାକୁମ୍ଭ ପାଇଁ ଘୁଞ୍ଚିଲା ବୋର୍ଡ ପରୀକ୍ଷା । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ୟୁପି ବୋର୍ଡ ପରୀକ୍ଷା ୨୦୨୫ ପାଇଁ ଯେଉଁ ପିଲାମାନେ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଯୋଗୀ ସରକାର ଶିକ୍ଷା ମନ୍ତ୍ରୀ ଦେଇଛନ୍ତି ବଡ ସୂଚନା । ପ୍ରୟାଗରାଜରେ ପ୍ରବଳ ଭିଡ ଓବଂ ମହାକୁମ୍ଭକୁ ଆଖି ଆଗରେ ରଖି ଉଭୟ ମାଟ୍ରିକ ପରୀକ୍ଷା ଏବଂ ପ୍ଲସ ୨ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
୨୪ ଫେବୃୟାରୀରେ ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ପ୍ରଥମ ଦିନରେ ୨ଟି ସିଟିଂରେ ପରୀକ୍ଷା ହେବାର ଥିଲା । ଦଶମ ପିଲାଙ୍କର ସକାଳ ସାଢେ ୮ଟାରୁ ୧୧ଟା ୪୫ ଯାଏଁ ଏବଂ ଦିନ ୨ଟାରୁ ସନ୍ଧ୍ୟା ୫.୧୫ ଯାଏଁ ଥିଲା । ମାଟ୍ରିକ ପିଲା ହିନ୍ଦୀ ଏବଂ ହେଲ୍ଥକେୟାର ଉପରେ ପରୀକ୍ଷା ଦେବାର ଥିଲା । ସେହିପରି ଦ୍ବାଦଶ ପିଲାଙ୍କର ହିନ୍ଦୀ ଏବଂ ସାମରିକ ବିଜ୍ଞାନ ବିଷୟରେ ପରୀକ୍ଷା ହେବାର ଥିଲା ।
ତେବେ ୨୪ ଫେବୃୟାରୀରେ ହେବାକୁ ଥିବା ମାର୍ଚ୍ଚ ୯କୁ ଘୁଞ୍ଚାଇ ଦିଆଯାଇଛି । ଫେବୃୟାରୀ ୨୬ ତାରିଖରେ ମହାକୁମ୍ଭ ସରୁଥିବା ବେଳେ ଶେଷ ସପ୍ତାହରେ ପ୍ରୟାଗରାଜରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଭିଡ ବଢୁଥିବାରୁ ଟ୍ରାଫିକ ବି ଜାମ୍ ହେଉଛି । ତେଣୁ ଏହି ଟ୍ରାଫିକ ଜାମ୍ ପିଲାଙ୍କ ବୋର୍ଡ ପରୀକ୍ଷାରେ ସମସ୍ୟା ଯେମିତି ସୃଷ୍ଟି ନକରୁ ସେମାନେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ଯେମିତି ନପହଞ୍ଚନ୍ତୁ ସେଥିପାଇଁ ବୋର୍ଡ ପରୀକ୍ଷାକୁ ସ୍ଥଗିର ରଖାଯାଇଛି ।