ଲକ୍ଷ୍ନୌ: ଆଜି ଉତ୍ତର ପ୍ରଦେଶର ଗୁରୁତ୍ବପୂର୍ଣ୍ଣ ମୈନ୍ପୁରୀ ଲୋକସଭା ଆସନ ସହିତ ରାମପୁର ଓ ଖତୌଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗଣନା ଚାଲିଛି।
ଉପରୋକ୍ତ ୩ଟି ଆସନରେ ‘ବିଜେପି’, ‘ସମାଜବାଦୀ ପାର୍ଟି’ ଓ ‘ରାଷ୍ଟ୍ରୀୟ ଲୋକଦଳ’ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହୋଇଛି।
ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ, ମୈନ୍ପୁରୀ ଲୋକସଭା ଆସନରେ ୩ୟ ପର୍ଯ୍ୟାୟ ଭୋଟ୍ ଗଣନା ପରେ ‘ସମାଜବାଦୀ ପାର୍ଟି’ର ପ୍ରାର୍ଥିନୀ ଡିମ୍ପଲ୍ ଯାଦବ ୪,୮୦୦ ଭୋଟ୍ରେ ଆଗୁଆ ରହି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ‘ବିଜେପି’ ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ଷ୍ୟ ଙ୍କଠାରୁ ନିରାପଦ ଦୂରତାରେ ରହିଛନ୍ତି। ଡିମ୍ପଲ୍ ଯାଦବ ଏଯାବତ୍ ୧୬,୯୩୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ରଘୁରାଜ ସିଂହ ଶାକ୍ଷ୍ୟ ୬,୨୧୬ ଖଣ୍ଡ ଭୋଟ୍ ପାଇଛନ୍ତି।
Image Courtesy of National Heraldଉଲ୍ଲେଖଯୋଗ୍ୟ, ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ମୈନ୍ପୁରୀର ସାଂସଦ ମୁଲାୟମ ସିଂହ ଯାଦବଙ୍କ ମୃତ୍ୟୁ ଯୋଗୁଁ ସେଠାରେ ଉପନିର୍ବାଚନ କରାଯାଇଥିଲା। ଏହି ଆସନରୁ ତାଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ୍ ଯାଦବ ପ୍ରାର୍ଥିନୀ ହୋଇଥିଲେ।
ସେହିପରି, ପ୍ରଥମ ରାଉଣ୍ଡ୍ ଭୋଟ୍ ଗଣତି ପରେ ରାମପୁର ସଦର ବିଧାନସଭା ଉପନିର୍ବାଚନରେ ‘ସମାଜବାଦୀ ପାର୍ଟି’ର ନେତା ଅସୀମ ରାଜା ‘ବିଜେପି’ ପ୍ରାର୍ଥୀ ଆକାଶ ସାକ୍ସେନାଙ୍କଠାରୁ ୧୨୯ ଭୋଟ୍ରେ ଆଗୁଆ ରହିଛନ୍ତି। ଅସୀମ ରାଜା ୧,୨୭୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ସାକ୍ସେନା ୧,୧୪୮ ଖଣ୍ଡ ଭୋଟ୍ ପାଇଛନ୍ତି।
ଏହାଛଡ଼ା, ଖତୌଲି ବିଧାନସଭା ଉପନିର୍ବାଚନରେ ‘ବିଜେପି’ର ରାଜକୁମାରୀ ସୈନୀ ‘ଆର୍ଏଲ୍ଡି’ର ମଦନ ଭୈୟାଙ୍କ ଠାରୁ ଆଗୁଆ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/967fce8d-35a2-4372-acfe-2c8172513f5e.jpg)