କୁମ୍ଭରେ ୟୁପି କ୍ୟାବିନେଟ୍‌ ବୈଠକ:୨୨ ମନ୍ତ୍ରୀଙ୍କ ସହ ବୁଡ଼ ପକାଇଲେ ଯୋଗୀ

ପ୍ରୟାଗରାଜ,: ପ୍ରୟାଗରାଜରେ ଚାଲିଥିବା କୁମ୍ଭରେ ଆଜି ଉତ୍ତରପ୍ରଦେଶ କ୍ୟାବିନେଟ୍‌ର ଏକ ଐତିହାସିକ ବୈଠକ ସଙ୍ଗମ ତଟରେ ଅନୁଷ୍ଠିତ ହୋଇଛି। ଉତ୍ତର ପ୍ରଦେଶ ଇତିହାସରେ ପ୍ରଥମ ଥର ପାଇଁ କ୍ୟାବିନେଟ୍‌ ବୈଠକ ରାଜ୍ୟ ବାହାରେ ଅନୁଷ୍ଠିତ ହୋଇଥିବା ବେଳେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ୍‌ ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା ଏବଂ ୨୨ ଜଣ ମନ୍ତ୍ରୀ ସାମିଲ ଥିଲେ। ବୈଠକ ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ସଙ୍ଗମରେ ବୁଡ଼ ପକାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍ଷାଧିକ ଶ୍ରଦ୍ଧାଳୁ ‘ହର ହର ଗଂଗେ’ ମନ୍ତ୍ର ଜପ କରି ବୁଡ଼ ପକାଇଥିଲେ।

୬୦୦ କିମି ଦୀର୍ଘ ଗଂଗା ଏକ୍ସପ୍ରେସ୍‌ୱେ ନିର୍ମାଣ ଘୋଷଣା
ପ୍ରୟାଗରାଜ,:  କୁମ୍ଭରେ ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ୍‌ ବୈଠକରେ ୩୬ ହଜାର କୋଟି ଟଙ୍କା ବିନିମୟରେ ୬୦୦ କିମି ଲମ୍ବ ଗଂଗା ଏକ୍ସପ୍ରେସ୍‌ୱେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବିଶ୍ବର ସବୁଠାରୁ ଦୀର୍ଘ ଏକ୍ସପ୍ରେସ୍‌ୱେ ହେବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ସମ୍ବନ୍ଧିତ ଖବର