ଉତ୍ତରପ୍ରଦେଶର ବରାଣାସୀ, କାନପୁର ଓ ଗୋରଖପୁରରୁ ୫ଟି ନୂତନ ବିମାନ ଚଳାଚଳର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବରାଣାସୀ, କାନପୁର ଓ ଗୋରଖପୁରରୁ ଦେଶର ବିଭିନ୍ନ ସହରକୁ ପାଞ୍ଚଟି ନୂତନ ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଏହି ନୂତନ ବିମାନଗୁଡ଼ିକ ବାରାଣାସୀରୁ କୋଲକାତା ଏବଂ ବେଙ୍ଗାଲୁରୁକୁ, କାନପୁରରୁ ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଏବଂ ଗୋରଖପୁରରୁ ବେଙ୍ଗାଲୁରକୁ ଚଳାଚଳ କାରିବ। ଏହି ନୂତନ ପାଞ୍ଚଟି ରୁଟ୍‌ରେ ସ୍ପାଇସ୍‌ ଜେଟ୍‌ ନିଜର ବିମାନ ଚଳାଇବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଦେଶର ଛୋଟଛୋଟ ସହରକୁ ବିମାନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉଡ଼ାନ୍‌ ଯୋଜନାରେ ଏହି ଉତ୍ତରପ୍ରଦେଶର ଏହି ପାଞ୍ଚଟି ରୁଟ୍‌ରେ ବିମାନ ସେବା ଆରମ୍ଭ କରାଯାଇଛି ବୋଲି ଉଦ୍‌ଘାଟନ ଅବସରରେ ଘୋଷଣା କରିବା ସହ ଏହା ଦ୍ୱାରା ଛୋଟ ଛୋଟ ସହରର ବାସିନ୍ଦାମାନେ ମଧ୍ୟ ବିମାନ ଯାତ୍ରାର ସୁଯୋଗ ପାଇପାରିବେ ବୋଲି କହିଛନ୍ତି। ଖାଲି ଏତିକି ନୁହେଁ ଏହି ଛୋଟ ଛୋଟ ସହରରୁ ବିମାନ ସେବା ଆରମ୍ଭ ହେଲେ ବିକାଶ ପ୍ରକ୍ରିୟାରେ ମଧ୍ୟ ଅଗ୍ରଗତି ଘଟିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧିତ ଖବର