ମାଟ୍ରିକ୍‌ ଟପ୍ପରଙ୍କୁ ଯୋଗୀ ଦେଲେ ଲକ୍ଷେ ଟଙ୍କିଆ ଚେକ୍‌, ହୋଇଗଲା ବାଉନସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ମାଟ୍ରିକ ଟପ୍ପର ଛାତ୍ରକୁ ଦେଇଥିବା ଲକ୍ଷେ ଟଙ୍କିଆ ଚେକ୍‌ ବାଉନସ୍‌ ହୋଇଯାଇଛି। ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ।

ମାଟ୍ରିକ ଟପ୍ପର ବାରବାଙ୍କୀର ଆଲୋକ ମିଶ୍ରାଙ୍କୁ ମିଳିଥିବା ଏକ ଲକ୍ଷ ଟଙ୍କାର ଚେକ ବାଉନସ ହୋଇଯାଇଥିବା ଖବର ଶୁଣି ପ୍ରଶାସନିକ ଅଧିକାରୀମାନେ ଚମକି ପଡ଼ିଛନ୍ତି। ଚେକ ବାଉନସ୍‌ ସୂଚନା ମିଳିବା ପରେ ଡିଆଇଓଏସକୁ ରିପୋର୍ଟ ମଗାଯାଇଛି। ପରେ ଆଲୋକ ମିଶ୍ରା ଅନ୍ୟ ଏକ ଚେକ ଦିଆଯାଇଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ବୋର୍ଡର ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ରାଜ୍ୟର ଟପ୍ପର ଛାତ୍ରଛାତ୍ରୀମନେ ଖୁସିରେ ହଜି ଯାଇଥିଲେ। ନେତା ଠାରୁ ଆରମ୍ଭ କରି ବଡ ବଡ ଅଧିକାରୀମାନେ ମଧ୍ୟ ଟପ୍ପର୍ସ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଟପ୍ପର ପିଲାଙ୍କୁ ନିଜେ ଡାକି ମୁଖ୍ୟମନ୍ତ୍ରୀ ଯୋଗୀ ଲକ୍ଷ୍ନୌରେ ସମ୍ମାନୀତ କରିଥିଲେ। ଆଲୋକ ମିଶ୍ରାଙ୍କ ଚେକ ବାଉନସ ହୋଇ ଯିବା ପରେ ପରିବାରରେ ଅସନ୍ତୋଷ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର