ଲକ୍ଷ୍ନୌ: ଆଉ ୩ ମାସ ପାଇଁ ରାଜ୍ୟରେ ମାଗଣା ରେସନ୍ ଯୋଜନା ବଢ଼ାଇବା ଲାଗି ଆଜି ଅନୁଷ୍ଠିତ ଉତ୍ତର ପ୍ରଦେଶ ସରକାରଙ୍କ ନୂଆ କ୍ୟାବିନେଟ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।
ଶୁକ୍ରବାର ଦିନ ଦ୍ବିତୀୟ ପାଳିରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ଯୋଗୀ ଆଦିତ୍ୟନାଥଙ୍କର ପ୍ରଥମ ନିଷ୍ପତ୍ତି। ଏହି ଯୋଜନାରେ ୨୦୨୨ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଲୋକେ ମାଗଣା ରେସନ୍ ପାଇବେ।
ଲକ୍ଷ୍ନୌରେ ଏ ବିଷୟ ଘୋଷଣା କରିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ମାର୍ଚ ୩୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ପରିବର୍ଦ୍ଧନ କରିବା ଲାଗି ଆମେ ସ୍ଥିର କରିଛୁ। ଏହାଦ୍ବାରା ରାଜ୍ୟର ୧୫ କୋଟି ଜନତା ଉପକୃତ ହେବେ।
Image Courtesy of NDTVଏହି ଯୋଜନାରେ ପ୍ରତି ପରିବାରକୁ ମାସକୁ ଅତିରିକ୍ତ ୫ କିଲୋଗ୍ରାମ୍ ଖାଦ୍ୟାଶସ୍ୟ ମିଳିବ। ୨୦୨୦ରେ ମହାମାରୀ ବ୍ୟାପିବା ବେଳେ କେନ୍ଦ୍ର ସରକାର ପ୍ରଥମେ ଏହି ଯୋଜନ ଆରମ୍ଭ କରିଥିଲେ। ଚଳିତ ବର୍ଷ ମାର୍ଚ ୩୦ ତାରିଖରେ ଏହି ଯୋଜାନା ଶେଷ ହୋଇଥାଆନ୍ତା।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆହୁରି ମଧ୍ୟ କହିଛନ୍ତି, ଏହା ହେଉଛି ନୂଆ କ୍ୟାବିନେଟ୍ର ପ୍ରଥମ ନିଷ୍ପତ୍ତି, ଯାହାକୁ ସାଧୁତାର ସହ ପ୍ରଣୟନ କରାଯିବ।
ଲକ୍ଷ୍ନୌସ୍ଥିତ ଲୋକ ଭବନରେ କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଗଣମାଧ୍ୟମକୁ କହିଛନ୍ତି, ଉତ୍ତର ପ୍ରଦେଶରେ ୩ ମାସ ପାଇଁ ମାଗଣା ରେସନ୍ ମିଳିବ। ଗରିବମାନଙ୍କ ପ୍ରତି ଧ୍ୟାନ ଦିଆଯାଇ ଆମେ ଏହି ନିଷ୍ପତ୍ତି ଗ୍ରହଣ କରିଛୁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସବୁ ଜନସାଧାରଣଙ୍କ ପାଖରେ ପହଞ୍ଚୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Yogi-2.jpg)