ନୂଆଦିଲ୍ଲୀ: କ୍ଷମତାକୁ ଆସିବା ପରଠାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚର୍ଚ୍ଚାରେ ରହି ଆସିଛନ୍ତି। ରାଜ୍ୟକୁ ଅପରାଧ ମୁକ୍ତ କରିବା ଲାଗି ଯୋଗୀ ଆଦିତ୍ୟନାଥ ଯେଉଁସବୁ ପଦକ୍ଷେପ ନେଇଛନ୍ତି, ତାକୁ ଦେଶର ଜନତା ପସନ୍ଦ କରିଛନ୍ତି। ଏମିତି କି ଯୋଗୀଜୀଙ୍କ ଭଳି ମୁଖ୍ୟମନ୍ତ୍ରୀ ସବୁ ରାଜ୍ୟକୁ ମିଳୁ ବୋଲି ଲୋକେ ଅନେକ ଥର କହିଛନ୍ତି। ଦେଶର ଅଳ୍ପ କିଛି ନେତାଙ୍କ ମଧ୍ୟରୁ ସେ ହେଉଛନ୍ତି ଏଭଳି ଜଣେ ନେତା ଯାହାଙ୍କର ଦେଶର ପ୍ରତ୍ୟେକ କୋଣରେ ପ୍ରଶଂସକ ଅଛନ୍ତି।

Advertisment

ଦେଶର ବୃହତ୍ତମ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ବ୍ୟତୀତ ସେ ଗୋରଖପୁର ମଠର ମହନ୍ତ ଭାବେ ମଧ୍ୟ ନିଜର ଦାୟିତ୍ବ ତୁଲାଉଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଲୋକପ୍ରିୟତା ଆକାଶ ଛୁଇଁଛି। ହେଲେ ସେହି ତୁଳନାରେ ତାଙ୍କ ସମ୍ପତ୍ତି ଆକାଶ ଛୁଇଁ ପାରିନାହିଁ। ଯୋଗୀ ଆଦିତ୍ୟନାଥଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ କିମ୍ବା କାର୍ ନାହିଁ।

୨୦୨୨ରେ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଗୋରଖପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କରିଥିବାବେଳେ ସେ ନିଜ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ। ତାଙ୍କ ପାଖରେ ମୋଟ ନଗଦ ୧ଲକ୍ଷ ଟଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ। ଏହା ସହ ବ୍ୟାଙ୍କରେ ୧.୧୩ କୋଟି ଟଙ୍କା, ୬୯ ହଜାର ଟଙ୍କା ମୂଲ୍ୟର ଅଳଙ୍କାର, ୧.୮ ଲକ୍ଷ ଟଙ୍କାର ଅସ୍ତ୍ରଶସ୍ତ୍ର ଏବଂ ୧୨ହଜାର ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ ମଧ୍ୟ ଥିବା ନେଇ ଜଣାଇଥିଲେ। ଏସବୁକୁ ମିଶାଇଲେ ସେ ପ୍ରାୟ ୧.୫୪କୋଟି ଟଙ୍କାର ମାଲିକ ଅଟନ୍ତି। ତାଙ୍କ ପାଖରେ କୌଣସି ଅସ୍ଥାବର ସମ୍ପତ୍ତି ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ।