ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତରପ୍ରଦେଶ ସରକାର ୨୦୨୧-୨୦୩୦ ପାଇଁ ନୂତନ ଜନସଂଖ୍ୟା ନୀତି ଉନ୍ମୋଚନ କରିଛନ୍ତି। ନୂତନ ଜନସଂଖ୍ୟା ନୀତିରେ ୨୦୨୬ ସୁଦ୍ଧା ହଜାରେ ଜନସଂଖ୍ୟାରେ ଜନ୍ମହାର ୨.୧% ଏବଂ ୨୦୩୦ସୁଦ୍ଧା ଜନ୍ମହାର ୧.୯%ରେ ପହଞ୍ଚାଇବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ମୋଟ ପ୍ରଜନନ ହାର ବର୍ତ୍ତମାନ ୨.୭ ପ୍ରତିଶତ ଅଟେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ନୀତି ଉନ୍ମୋଚନ କରିବାବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ରାଜ୍ୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ପିଲାଙ୍କ ମଧ୍ୟରେ ବ୍ୟବଧାନ ରହିବା ଉଚିତ୍। ଜନସଂଖ୍ୟା ବୃଦ୍ଧି ମଧ୍ୟ ଦାରିଦ୍ର୍ୟ ସହିତ ଜଡିତ | ଜନସଂଖ୍ୟା ନୀତି ୨୦୨୧-୨୦୩୦ ରେ ପ୍ରତ୍ୟେକ ସମ୍ପ୍ରଦାୟର ଯତ୍ନ ନିଆଯାଇଛି |
/sambad/media/post_attachments/wp-content/uploads/2021/07/Untitled-1-79.gif)
ଏହା ପୂର୍ବରୁ ଗତକାଲି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ବିଧି ଆୟୋଗ ଜନସଂଖ୍ୟା ନିୟନ୍ତ୍ରଣ ବିଲ ୨୦୨୧ ର ଡ୍ରାଫ୍ଟ ପ୍ରସ୍ତୁତ କରିଥିଲା। ରାଜ୍ୟରେ ବଢୁଥିବା ଜନସଂଖ୍ୟା ଉପରେ ରୋକ୍ ଲଗାଇବାକୁ ଏଥିରେ ଅନେକ ପ୍ରସ୍ତାବ ରଖାଯାଇଛି । ଏହି ଡ୍ରାଫ୍ଟ ମୁତାବକ ଦୁଇରୁ ଅଧିକ ପିଲା ଥିବା ବ୍ୟକ୍ତିଙ୍କୁ ସରକାରୀ ଯୋଜନାରୁ ଲାଭ ମିିଳିବ ନାହିଁ । ଏହାସହ ଅବିଭାବକ ସରକାରୀ ଚାକିରି ପାଇଁ ବି ଆବେଦନ କରିପାରିବେ ନାହିଁ । ଏହାସହ ୨ ରୁ ଅଧିକ ପିଲାଥିଲେ ସେମାନେ ନିର୍ବାଚନ ଲଢିବାରୁ ବଞ୍ଚିତ ହେବେ । ଏହାସହ ଗୋଟିଏ ପରିବାରର ରାସନ କାର୍ଡରେ ସର୍ବାଧିକ ୪ ଜଣଙ୍କ ନାମ ରହିବ । ୨ ରୁ ଅଧିକ ପିଲାଥିଲେ ସରକାରୀ ଯୋଜାନାରେ ମିଳୁଥିବା ରିହାତି ପାଇଁ ସେମାନେ ଆବେଦନ କରିପାରିବେ ନାହିଁ । ହେଲେ ୟୁପିର ନୂଆ ଜନସଂଖ୍ୟା ନୀତିରେ ଜଣେ ବ୍ୟକ୍ତି ୩ୟ ସନ୍ତାନ ପୋଷ୍ୟ ଭାବେ ଗ୍ରହଣ କରିପାରିବ ।
ଅନ୍ୟପଟେ ୨ ବା ତା ଠାରୁ କମ୍ ପିଲାଥିବା ଅବିଭାବକଙ୍କ ପାଇଁ ଏହି ଡ୍ରାଫ୍ଟରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ଏହି କାଟାଗୋରୀରେ ଯାଉଥିବା ଅବିଭାବକମାନେ ସରକାରୀ ଚାକିରି କରିଥିଲେ ସେମାନଙ୍କୁ ଅଧିକ ୨ ଟି ସାଲାରୀ ଇନକ୍ରିମେଣ୍ଟ ମିଳିବ । ଏହାସହ ପଦୋନ୍ନତି ଓ ୧୨ ମାସର ମାତୃତ୍ୱ କିମ୍ବା ପିତୃତ୍ୱ ଛୁଟି ମିଳିବ । ଅନ୍ୟ ପଟେ ଯାହା ପାଖରେ ସରକାରୀ ଚାକିରି ନାହିଁ ସେମାନଙ୍କୁ ପାଣି, ବିଜୁଳି, ହୋମ ଟ୍ୟାକ୍ସ, ହୋମ ଲୋନ ଭଳି ଅନେକ ସୁବିଧା ଯୋଗାଇ ଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-67.jpg)