ଗଣଦୁଷ୍କର୍ମକୁ ପ୍ରତିରୋଧ କରିବାରୁ କଲେଜ ଛାତ୍ରୀଙ୍କ ଶରୀରରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଶାହାଜାହାନପୁର: ଉତ୍ତରପ୍ରଦେଶର ଶାହାଜାହାନପୁରର ଏକ ଜାତୀୟ ରାଜପଥରେ ଲୁଗାପଟା ନଥିବା ଏବଂ ଗୁରୁତର ଭାବେ ଜଳିଯାଇଥିବା ଜଣେ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହେବାପରେ ଛାତ୍ରୀ ଜଣକ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କୁ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବାରେ ବିଫଳ ହେବା ପରେ ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲେ।

ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ ଅଧୀକ୍ଷକ ଏସ ଆନନ୍ଦ କହିଛନ୍ତି ଯେ, ଯୁବତୀ ଜଣଙ୍କୁ ରାୟ ଖେଡା ଗ୍ରାମ ନିକଟ ଏକ କ୍ଷେତ ମଧ୍ୟକୁ ଟେକିନେଇ ତାଙ୍କୁ ତିନି ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିବାକୁ ଉଦ୍ୟମ କରିଥିଲେ। ହେଲେ, ଯୁବତୀ ଜଣକ ପ୍ରତିରୋଧ କରିବାରୁ ସେମାନେ ଏଥିରେ ସଫଳ ହୋଇପାରି ନଥିଲେ। ଗଣଦୁଷ୍କର୍ମ କରିବାରୁ ବିଫଳ ହେବାପରେ ଦୁର୍ବୃତ୍ତମାନେ ଯୁବତୀ ଜଣଙ୍କର ଶରୀରରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ପୀଡ଼ତା ଜଣକ ସ୍ନାତକ ଦ୍ୱିତୀୟ ବର୍ଷ ଶ୍ରେଣୀର ଛାତ୍ରୀ। ତାଙ୍କୁ ଏବେ ଚିକିତ୍ସା ପାଇଁ ଲକ୍ଷ୍ନୌର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ଶରୀରର ୬୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଅନ୍ୟ ପକ୍ଷରେ ପୀଡ଼ିତା ଜଣକ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏକ ମହାବିଦ୍ୟାଳୟର ଛାତ୍ରୀ ହୋଇଥିବାରୁ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ତଦନ୍ତ ପାଇଁ ଉପ ପୁଲିସ୍‌ ଅଧୀକ୍ଷକ (ଡିଏସପି)ଙ୍କ ନେତୃତ୍ୱରେ ତିନିଟି ଟିମ୍‌ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର