ଲକ୍ଷ୍ନୌ: କରୋନାର ନୂତନ ଷ୍ଟ୍ରେନକୁ ଅଟକାଇବାରେ ସଫଳ ହେଉନାହିଁ କି ଭାରତୀୟ ଟିକା?  କାରଣ ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିବା ପରେ ବି କରୋନା ସଂକ୍ରମିତ ହୋଇଛନ୍ତି ଜଣେ ପୁଲିସ ଅଧିକାରୀ। ଗତମାସରେ କରୋନାଭାଇରସ୍‌ ଟିକାର ଦ୍ୱିତୀୟ ଡୋଜ୍‌ ନେଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ଏବଂ ତାଙ୍କ ପତ୍ନୀ କୋଭିଡ୍‌-୧୯ ‘ପଜିଟିଭ୍‌’ ଚିହ୍ନଟ ହୋଇଛନ୍ତି।

Advertisment

ଗତକାଲି ରାଜେଶ ପାଣ୍ଡେ ଫେସ୍‌ବୁକ୍‌ ପୋଷ୍ଟ୍‍ ସେୟାର୍‌ କରି ଲେଖିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ଓ ସେମାନଙ୍କ ପତ୍ନୀଙ୍କ ନିରାପତ୍ତା ନିମନ୍ତେ ନିଯୁକ୍ତ ଜଣେ ପୁଲିସ କର୍ମଚାରୀ କରୋନାଭାଇରସ୍‌ ‘ପଜିଟିଭ୍‌’ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ରାଜେଶ ପାଣ୍ଡେ ଓ ତାଙ୍କ ସୁରକ୍ଷା ଅଧିକାରୀ କୋଡିଡ୍ ଟିକାର ଦୁଇଟି ଡୋଜ୍ ନେଇ ସାରିଛନ୍ତି।

ନିକଟ ଅତୀତରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜ ନିଜର ନମୁନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।
ତିନି ଦିନ ତଳେ ପାଣ୍ଡେଙ୍କ ପୁଅ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିଲେ।

ପାଣ୍ଡେ କହିଛନ୍ତି, ଫେବ୍ରୁଆରି ୫ ତାରିଖ ଦିନ ମୁଁ ଟିକାର ପ୍ରଥମ ଡୋଜ୍‌ ଓ ମାର୍ଚ ୫ ତାରିଖ ଦିନ ଦ୍ୱିତୀୟ ଡୋଜ୍‌ ନେଇଥିଲି। ମୋ ପତ୍ନୀ କିନ୍ତୁ, ଦ୍ୱିତୀୟ ଡୋଜ୍‌ ଟିକା ନେଇ ନାହାନ୍ତି। ଆମ ନିରାପତ୍ତା ରକ୍ଷୀ ମଧ୍ୟ ଟିକାର ଦୁଇଟିଯାକ ଡୋଜ୍‌ ନେଇଛନ୍ତି।

ବରେଲି ରେଞ୍ଜ୍‌ରୁ ବଦଳି ହୋଇ ଆସିଥିବା ପାଣ୍ଡେ ଏକ ଘରୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।