ଚିତ୍କାର ବନ୍ଦ ହେବା ପର୍ଯ୍ୟନ୍ତ ମାଡ଼ ମାରିଲେ, ମୃତ୍ୟୁ ହେବା ପରେ ମୋ ଭଉଣୀକୁ ପଙ୍ଖାରେ ଝୁଲାଇ ଦେଲା ୟୁପି ପୁଲିସ

ନୂଆଦିଲ୍ଲୀ: ଖାକି ବର୍ଦିରେ ଲାଗିଲା କଳା ଦାଗ। ୟୁପି ପୁଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଚନ୍ଦୌଲିରେ ମୃତ୍ୟୁବରଣ କରିଥିବା ପୀଡ଼ିତାର ଭଉଣୀ। ଚିତ୍କାର ବନ୍ଦ ହେବା ପର୍ଯ୍ୟନ୍ତ ମାଡ଼ ମାରିଲେ, ମୃତ୍ୟୁ ହେବା ପରେ ମୋ ଭଉଣୀକୁ ପଙ୍ଖାରେ ଝୁଲାଇ ଦେଲା ୟୁପି ପୁଲିସ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ଭଉଣୀ।

ସୂଚନା ମୁତାବକ, ମୃତ ନିଶା ଯାଦବଙ୍କ ବାପା କହ୍ନୈୟା ଯାଦବଙ୍କୁ ଗିରଫ କରିବାକୁ ଆସିଥିଲା ପୁଲିସ। ହେଲେ ପୁଲିସ ପାଖରେ ଗିରଫ କରିବା ପାଇଁ ‌କୌଣସି ୱାରେଣ୍ଟ ନଥିବାରୁ ନିଶା ଏବଂ ତାଙ୍କ ପରିବାର ପୁଲିସକୁ ଘର ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ। ହେଲେ ପୁଲିସ ଭିତରକୁ ଧସେଇ ପଶିବା ସହ ସମସ୍ତଙ୍କୁ ମାଡ଼ ମାରିଥିଲା। ମୋ ଭଉଣୀ କବାଟ ଦେବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଟାଣି ନେଇ ଚିତ୍କାର ବନ୍ଦ ହେବା ପର୍ଯ୍ୟନ୍ତ ମାଡ଼ ମାରିଥିଲେ। ମୃତ୍ୟୁ ହେବା ପରେ ଆତ୍ମହତ୍ୟା କରିଥିବା ଦର୍ଶାଇବା ପାଇଁ ମୋ ଭଉଣୀକୁ ପୁଲିସ ପଙ୍ଖାରେ ଝୁଲାଇ ଦେଇଥିଲା ବୋଲି କହିଛନ୍ତି ଗୁଞ୍ଜା ଯାଦବ ।

ତେବେ ୟୁପି ପୁଲିସର ଏଭଳି ବର୍ବରତା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଶାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ କର୍ମଚାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏହି ଅଭିଯୋଗ ପରେ ସୟଦ ରାଜା ପୁଲିସ ଷ୍ଟେସନର ଏସଏଚଓଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର