ଆଣ୍ଟି ରୋମିଓ ସ୍କ୍ଵାଡ୍‌ର ଗାନ୍ଧୀଗିରି: ପାର୍କରୁ ଧରା ହୋଇଥିବା ପ୍ରେମୀ-ଯୁଗଳଙ୍କ ବିବାହ କରାଇଲା ପୁଲିସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବାରମ୍ବାର ଦେଖିବାକୁ ମିଳୁଛି ଏପରି ଘଟଣା। ପ୍ରେମୀ ଦିବସରେ ପ୍ରେମୀ-ଯୁଗଳଙ୍କୁ ବଜରଙ୍ଗୀମାନେ ଟାର୍ଗେଟ କରିବା ପରି ଉତ୍ତରପ୍ରଦେଶରେ କିନ୍ତୁ ସବୁ ସମୟରେ ଟାର୍ଗେଟ ପାଲଟୁଛନ୍ତି ଯୁବକ-ଯୁବତୀ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଘଟିଥିବା ଘଟଣାଟି ବେଶ୍‌ ଚର୍ଚ୍ଚା ପାଲଟିଛି। ତେବେ, ଘଟଣାଟି କେତେଦୂର ଯୁକ୍ତିସଂଗତ ତାହା ପୂରା କାହାଣୀ ଜାଣିଲା ପରେ ହିଁ ନିଜେ ନିର୍ଣ୍ଣୟ କରିବେ।

କାହାଣୀଟି ଏପରି, ବାରଣାସୀର କିଛି ଲୋକ ବୁଧବାର ଦିନ ସ୍ଥାନୀୟ ପାର୍କରୁ ଏକ ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଲେ। ସେମାନେ ପ୍ରେମୀ ଯୁଗଳଙ୍କୁ ଧରି ନେଇ ପହଞ୍ଚିଥିଲେ ପୁଲିସ୍‌ ଷ୍ଟେସନ୍‌ରେ। ପୁଲିସ୍‌ ଉକ୍ତ ପ୍ରେମୀ ଯୁଗଳଙ୍କୁ ନେଇ ନିକଟସ୍ଥ ଶିବ ମନ୍ଦିର ସେମାନଙ୍କ ବିବାହ କରାଇଥିବା ଘଟଣା ଏବେ ଚର୍ଚ୍ଚା ପାଲଟିଛି।

ପ୍ରେମୀ ଯୁଗଳ ଦ୍ୱୟ ହେଉଛନ୍ତି ଯୁଗଳ ବିହାରୀ ପ୍ରଜାପତି ଏବଂ ରୀନା ପ୍ରଜାପତି। ସେ ୨ ବର୍ଷ ସଂପର୍କରେ ରହିବା ପରେ ଏବେ ବଳପୂର୍ବକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୁଲିସ୍‌ କହିଛି ଯେ ଏହା ଏକ ବିନା ଯୌତୁକ ବିବାହ। ବିବାହ ସମୟରେ ଉଭୟ ପକ୍ଷର ଲୋକ ଉପସ୍ଥିତ ଥିଲେ।

ଉତ୍ତରପ୍ରଦେଶରେ ଏପରି ଘଟଣା ପ୍ରଥମ ଘଟିନାହିଁ। ପୂର୍ବରୁ ମଧ୍ୟ ୨ ଜଣ ଯୁବକ-ଯୁବତୀ ସର୍ବସାଧାରଣାରେ କଥା ହେଉଥିବାରୁ ସେମାନେ ସନ୍ଦେହ ଘେର ଭିତରକୁ ଆସିଥିଲେ। ସେମାନଙ୍କୁ ପୁଲିସ୍‌ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟରେ ‘ଆଣ୍ଟି ରୋମିଓ ସ୍କ୍ଵାଡ’ ଲାଗୁ ହେବା ପରେ ଏପରି ବିଭିନ୍ନ ଘଟଣାମାନ ଘଟୁଛି। ରାସ୍ତାରେ ଗପୁଥିବା ପୁଅ ଝିଅ ବନ୍ଧୁ କିମ୍ବା ଭାଇ-ଭଉଣୀ ହୁଅନ୍ତୁ ପଛେ ‘ଆଣ୍ଟି ରୋମିଓ ସ୍କ୍ଵାଡ’ ଲାଗୁ ହେବା ପରେ ଉତ୍ତରପ୍ରଦେଶର ସମସ୍ତ ପୁଅ-ଝିଅ ଏକ ରମକର ସନ୍ଦେହ ଘେରରେ।

ସମ୍ବନ୍ଧିତ ଖବର