ଗୋରଖପୁର: ଏକା ସ୍କୁଲ୍ରେ ପଢୁଥିବା ଦୁଇ ଜଣ ବାଳକଙ୍କ ସହ ବନ୍ଧୁତା କରିଥିବା କାରଣରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଗୋରଖପୁର ଠାରେ ଦୁଇ ଜଣ ସମ୍ପର୍କୀୟା ନାବାଳିକା ଭଉଣୀଙ୍କୁ ପରିବାର ଲୋକେ ତତଲା ଚିମୁଟା ଚେଙ୍କ ଦେବା ସହ ବିଷ୍ଠା ଖୁଆଇଛନ୍ତି।
ନିର୍ଯାତନାରୁ ତ୍ରାହି ପାଇବାକୁ ସେମାନେ ନେପାଳ ସୀମାନ୍ତକୁ ଚାଲି ଯାଇଥିଲେ। ସେଠାରୁ ମଙ୍ଗଳବାର ରାତିରେ ସହରକୁ ଆଣିବା ପରେ ପୀଡ଼ିତାମାନେ ପୁଲିସ ଏବଂ ଚାଇଲ୍ଡ୍ େଓ୍ଵଲ୍ଫେୟାର୍ କମିଟିଙ୍କ ଠାରେ ସେମାନଙ୍କର ଦୁର୍ଦ୍ଦଶା ବଖାଣିଛନ୍ତି।
ପରିବାର ଲୋକଙ୍କ ସହ ଘରକୁ ଫେରି ଯିବାକୁ ମନା କରିବାରୁ ହାତରେ ପୋଡ଼ା ଘା’ ହୋଇଥିବା ଦୁଇ ସମ୍ପର୍କୀୟା ଭଉଣୀଙ୍କୁ ଚାଇଲ୍ଡ୍ େଓ୍ଵଲ୍ଫେୟାର୍ କମିଟିରେ ହାଜର କରାଯାଇଥିଲା।
ଝିଅମାନଙ୍କୁ ଫେରାଇ ଆଣିବାକୁ ଗୋରଖପୁର ପୁଲିସ ସେମାନଙ୍କ ପରିବାର ଲୋକଙ୍କୁ ନେପାଳ ପଠାଇ ଥିଲା। କିନ୍ତୁ ଗୋଟିଏ ନେପାଳୀ ଏନ୍ଜିଓ ଗୋରଖପୁରର ମାନବ ସେବା ସଂସ୍ଥାନ ନାମକ ଏନ୍ଜିଓକୁ ଫୋନ୍ କରି ଦୁଇ ଭଉଣୀଙ୍କ କଥା ଜଣାଇବା ଏବଂ ଏ ସଂସ୍ଥା ଠିକଣା ସମୟରେ ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ପରିବାର ଲୋକମାନଙ୍କୁ ଦୁଇ ଝିଅଙ୍କୁ ହସ୍ତାନ୍ତର କରାଯାଇ ପାରି ନ ଥିଲା।
ତତଲା ଲୁହା ଚେଙ୍କ ଓ ବିଷ୍ଠା ଖୁଆଯାଇଥିବା ଘଟନାର ତଦନ୍ତ କରାଯାଉଛି। ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବା ଯାଏଁ ଝିଅ ଦୁହିଁଙ୍କୁ ଆଶ୍ରୟ ଗୃହକୁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/sis-1.jpg)