କୋଭିଡ୍-୧୯ ବନ୍ଦ ସମୟରେ ଉତ୍ତର ପ୍ରଦେଶର ଦିନ ମଜୁରିଆ ଏବଂ ନିର୍ମାଣ ଶ୍ରମିକମାନଙ୍କୁ ୧୦୦୦ ଟଙ୍କା ମିଳିବ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଶନିବାର ଦିନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କରୋନାଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟରେ କରାଯାଉଥିବା ବନ୍ଦ ସମୟରେ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ।

ବନ୍ଦ ଯୋଗୁଁ ପ୍ରଭାବିତ ହେଉଥିବା ଦିନ ମଜୁରିଆମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଥିଲେ।

ଶ୍ରମିକମାନଙ୍କୁ କେଉଁ ପ୍ରକାର ସହାୟତା ଦିଆଯିବ ତାହା ସେମାନେ ସ୍ଥିର କରିବାକୁ ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏଥିରେ କୃଷି ଏବଂ ଶ୍ରମ ମନ୍ତ୍ରୀଙ୍କୁ ମଧ୍ୟ ଅନ୍ତଭୁର୍କ୍ତ କରାଯାଇଛି।

ଏକ ଟେଲିଭିଜନ୍ ଭାଷଣରେ ଯୋଗୀ ଆଦିତ୍ୟନାଥ ଆଜି ଘୋଷଣା କରିଛନ୍ତି ଯେ ଦୈନିକ ଗୁଜୁରାଣ ମେଣ୍ଟାଇବାକୁ ୧୫ ଲକ୍ଷ ଦିନ ମଜୁରିଆ ଏବଂ ୨୦. ୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ଏଯାବତ୍ ୨୩ ଜଣ ବ୍ୟକ୍ତି କରୋନାଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇଯାଇଛନ୍ତି। ରବିବାର ଦିନ ଜନତା କର୍ଫ୍ୟୁ ପାଳିବା ଲାଗି ପ୍ରଧାନମନ୍ତ୍ରୀ ଡାକରା ଦେଇଥିବା ପାଳନ କରିବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର