ଯୋଗୀ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଗିଲେ ସାହାଯ୍ୟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଆଶୁତୋଷ ଟଣ୍ଡନଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅଭିଯୋଗ ଆଣିଥିବା ବୋହୂ ଦିଶା ହେଉଛନ୍ତି ଆଶୁତୋଷ ଟଣ୍ଡନଙ୍କ ଭାଇ ଦିବଂଗତ ଲାଲାଜୀ ଟଣ୍ଡନଙ୍କର ପୁତ୍ରବଧୂ। ଦିଶାଙ୍କ ଅଭିଯୋଗ ମୁତାବକ, ମନ୍ତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି । ଏନେଇ ଦିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ଦିଶା ଟ୍ୱିଟରରେ ଏକ ଭିଡିଓ ବି ସେୟାର କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି ଯେ, “ମୁଁ ଦିଶା ଟଣ୍ଡନ, ଲାଲାଜୀ ଟଣ୍ଡନଙ୍କର ପୁତ୍ରବଧୂ । କ୍ୟାବିନେଟ୍ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କ ପରିବାର ପକ୍ଷରୁ ମୋତେ ଯୌତୁକ ନିର୍ଯାତନା ଦିଆଯାଇଛି । ଏନେଇ ମୁଁ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ବି ଥାନାରେ ମୋ ମାମଲା ଦାଖଲ କରାଯାଉ ନାହିଁ । ”

inbais

ଭିଡିଓରେ ଦିଶା କହୁଛନ୍ତି ଯେ, “ମୁଁ ଏନେଇ ବିଭିନ୍ନ ସ୍ଥାନକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ କୌଣସି ସ୍ଥାନରେ ମୋ ଅଭିଯୋଗକୁ ଗ୍ରହଣ କରାଯାଉ ନାହିଁ । ଆଶୁତୋଷ ଟଣ୍ଡନ କ୍ଷମତାରେ ଥିବାରୁ ତାଙ୍କୁ ଭୟ କରି ଥାନା କିମ୍ବା ମହିଳା କମିଶନ ମୋ ଅଭିଯୋଗ ଗ୍ରହଣ କରୁ ନାହାଁନ୍ତି”। ଦିଶା ଶନିବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରିଥିବା ଦେଖାଯାଇଛି

ଏହି ଭିଡିଓ ମାଧ୍ୟମରେ ଦିଶା କହୁଛନ୍ତି ଯେ, ଆଶୂୁତୋଷ ଟଣ୍ଡନଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ପାଇଁ ମାନସିକ ନିର୍ଯାତନା ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଓ ମାରପିଟ ମଧ୍ୟ କରୁଛନ୍ତି । ତାଙ୍କ ଶଶୁର ଲାଲାଜୀ ଟଣ୍ଡନଙ୍କ ମୃତ୍ୟୁର ୨ ମାସ ପରେ ଆଶୁତୋଷଙ୍କ ପରିବାର ଲୋକେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏହା ପୂର୍ବରୁ ତାଙ୍କୁ ଅନେକ ଥର ନିର୍ଯାତନା ଦିଆଯାଇଥିବା କଥା ସେ କହିଛନ୍ତି । ଏହାସହ ସେ ତାଙ୍କ ସ୍ୱାମୀ ଆୟୁଷଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ସେ ମୋତେ ବାରମ୍ବାର ମାଡ ମାରିଛନ୍ତି ଓ ମୋ ହାତ ଭାଙ୍ଗି ଦେଇଛନ୍ତି ।

ସମ୍ବନ୍ଧିତ ଖବର