ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ କରୋନା ଭାଇରସ୍ ଆକ୍ରାନ୍ତ ହୋଇଥିବା ଜଣେ ରୋଗୀଙ୍କୁ ଚିକିତ୍ସା କରିଥିବା ଜଣେ ଡାକ୍ତର ଭାଇରସ୍ ଆକ୍ରାନ୍ତ ହୋଇଛନ୍ତି। କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟିର ମୁଖପାତ୍ର କହିଛନ୍ତି, ଡାକ୍ତରଙ୍କ ଶରୀରରେ ଭାଇରସ୍ ପଜିଟିଭ୍ ଆସିବାପରେ ସେ କାମ କରୁଥିବା ଟିମ୍ରେ ଅନ୍ୟ ଡାକ୍ତରମାନଙ୍କର ବି ନମୁନା ପରୀକ୍ଷା କରାଗଲା। କିନ୍ତୁ ସମସ୍ତ ଶରୀରରେ ଭାଇରସ୍ ନେଗେଟିଭ୍ ଆସିଛି। ତେବେ ଉତ୍ତରପ୍ରଦେଶରେ ଜଣେ ଡାକ୍ତର ଭାଇରସ୍ ଆକ୍ରାନ୍ତ ହେବା ପ୍ରଥମ ଘଟଣା। ଗତକାଲି କର୍ଣ୍ଣାଟକରେ ଜଣେ ଡାକ୍ତର ଭାଇରସ୍ ଆକ୍ରାନ୍ତ ହୋଇଥିଲେ।
କରୋନା ଚିକିତ୍ସା କରୁଥିବା ୟୁପି ଡାକ୍ତର ଆକ୍ରାନ୍ତ
/sambad/media/post_attachments/wp-content/uploads/2020/03/corona-vi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)