ଲକ୍ଷ୍ମୌ: ଉତ୍ତରପ୍ରଦେଶର ଆମ୍ବେଦକର ନଗର ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ବେଳେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।
ସୂଚନା ଅନୁଯାୟୀ, ପୁଲିସର ଲାଠି ଚାର୍ଜରେ ଅନେକ ମହିଳା ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ଜଲାଲପୁର କୋତୱାଲି ଅଞ୍ଚଳର ୱାଜିଦପୁର ଅଞ୍ଚଳରେ ଘଟିଛି।
କୁହାଯାଉଛି କି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଜମିକୁ ନେଇ ବିବାଦ ଲାଗି ରହିଥିଲା ଏବଂ ଏହି ସମୟରେ ଉପୁଜିଥିବା ଭିଡ ହେତୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ତେବେ ଏହି ଲାଠି ଚାର୍ଜ କରିବା ଘଟଣାକୁ ନେଇ ପୁଲିସ ସଫେଇ ଦେଇ କହିଛି, ମହିଳାମାନେ ପୁଲିସ କର୍ମଚାରୀଙ୍କ ଉପରେ ପଥର ମାଡ଼ କରିଥିଲେ। ଏହାକୁ ଅଟକାଇବାକୁ ଯାଇ ମହିଳାମାନଙ୍କ ଉପରେ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।
UP: डॉ. अंबेडकर की मूर्ति पर हुई झड़प के दौरान पुलिस ने किया लाठीचार्ज#UP#UPPolicepic.twitter.com/6yNobCPh7q
— NDTV India (@ndtvindia) November 7, 2022
ଏହି ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଏହା ଦେଖିବାକୁ ମିଳୁଛି ଯେ ପୁଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ତୀବ୍ର ହୋଇଥିଲା। ଏଥିସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ତେବେ ପୁଲିସ ଲାଠି ମାଡ଼ରେ ମହିଳା ଗୁରୁତର ହେବା ଘଟଣା ଅନେକ କ୍ଷେତ୍ରରେ ନିନ୍ଦା କରାଯାଉଛି।