ନୂଆଦିଲ୍ଲୀ: ଆଜି ଶୀତକାଳୀନ ବଜେଟ ଅଧିବେଶନର ପ୍ରଥମ ଦିନ। ତେବେ ବଜେଟ ଅଧିବେଶନର ପ୍ରଥମ ଦିନରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏସପି ନେତା ମୁଲାୟମ ସିଂହ ଯାଦବଙ୍କ ପାଦ ଛୁଇଁବା ଚର୍ଚ୍ଚାର ବିଷୟ ପାଲଟିଛି। ଏସପି ନେତା ମୁଲାୟମ ସିଂହ ଯାଦବ ସଂସଦ ଭବନରୁ ବାହାରକୁ ବାହାରୁଥିବା ସମୟରେ ସ୍ମୃତି ଇରାନୀ ସେହି ବାଟ ଦେଇ ଯାଉଥିଲେ। ଦୁଇ ନେତା ଭେଟାଭେଟି ହେବା ବେଳେ ସ୍ମୃତି ଇରାନୀ ହାତ ଯୋଡି ମୁଲାୟମଙ୍କୁ ନମସ୍କାର କରିଥିଲେ। ଏହାପରେ ସ୍ମୃତି ମୁଲାୟମଙ୍କ ପାଦ ଛୁଇଁଥିଲେ। ଆଶୀର୍ବାଦ ସ୍ଵରୂପ ମୁଲାୟମ ସ୍ମୃତିଙ୍କ ମୁଣ୍ଡରେ ହାତ ରଖିଥିଲେ।

Advertisment

ଏହି ଘଟଣା ଦେଖି କିଛି ରାଜନୀତି ବିଶେଷଜ୍ଞ କହୁଛନ୍ତି ସ୍ମୃତି ଇରାନୀ ଉତ୍ତର ପ୍ରଦେଶରେ ହେବାକୁ ଥିବା ଯାଦବ ଜାତିର ଭୋଟକୁ ହାତେଇବା ପାଇଁ ମୁଲାୟମଙ୍କ ପାଦ ଛୁଇଁଥିଲେ। କାରଣ ମୁଲାୟମ ଯାଦବ ଜାତିର ଅଟନ୍ତି।
ଜାତୀୟ ଗଣମାଧ୍ୟମର ଜଣେ ବରିଷ୍ଠ ସାମ୍ବାଦିକ ଏବିଷୟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ୨୦୧୪,୨୦୧୭ ଓ ୨୦୧୯ ରେ ବିଜେପି ଯାଦବ ଜାତି ଲୋକଙ୍କ ଯେଉଁ ଭୋଟ ପାଇଥିଲା ସେହି ଭୋଟ ମୁଲାୟମଙ୍କ ସମ୍ମାନ ସହ ବିଜେପି ସହିତ ହିଁ ଥାଉ ବୋଲି ବିଜେପି ଚାହୁଁଛି । ରାଜନୀତିରେ ଏହି ନମସ୍କାର, ପାଦ ଛୁଇଁବା ଓ ଆଶୀର୍ବାଦର ଅନେକ କାରଣ ଅଛି । ମୁଲାୟମ ସିଂହ ଯାଦବ ଆରମ୍ଭରୁ ଅନେକ ଥର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଆସିଛନ୍ତି ବୋଲି ବରିଷ୍ଠ ସାମ୍ବାଦିକ କହିଛନ୍ତି ।

publive-image

୨୦୧୯ ମସିହାର ପ୍ରଧାମନନ୍ତ୍ରୀ ନିର୍ବାଚନ ପୂର୍ବରୁ ମୁଲାୟମ ସଂସଦରେ ସମସ୍ତ ସାଂସଦମାନଙ୍କୁ ଜିତି କରି ଆସିବା ପାଇଁ ଆଶୀର୍ବାଦ ଦେଇଥିଲେ। ସେ ପ୍ରଧାମନ୍ତ୍ରୀଙ୍କୁ ମଧ୍ୟ ଆଶୀର୍ବାଦ ଦେଇ କହିଥିଲେ, ଆପଣ ସମସ୍ତଙ୍କୁ ସାଙ୍ଗରେ ନେଇ ବଢିବାକୁ ଚାହିଁଛନ୍ତି। ଆପଣ ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ।

ମୁଲାୟମ ସିଂହ ଯାଦବଙ୍କ ସାନ ବୋହୁ ଅପର୍ଣ୍ଣା ଯାଦବ ଏହି ବର୍ଷ ଜାନୁଆରି ୧୯ରେ ବିଜେପିରେ ଯୋଗ ଦେଇଥିଲେ। ଏହାପରେ ସେ ପ୍ରଥମ ଥର ପାଇଁ ଶ୍ଵଶୁର ମୁଲାୟମଙ୍କୁ ଭେଟିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାର ପ୍ରତି ବଦଳରେ ମୁଲାୟମ ଅପର୍ଣ୍ଣାଙ୍କୁ ମିଠା ଖୁଆଇଥିଲେ।

୨୦୧୪ରେ ରାହୁଲ ଗାନ୍ଧିଙ୍କ ଠାରୁ ହାରିବା ପରେ ସ୍ମୃତି ଇରାନୀ ଆମେଥି ଛାଡି ନଥିଲେ। ସ୍ମୃତି ଇରାନୀ ଉତ୍ତର ପ୍ରଦେଶର ଆମେଥିରେ ୨୦୧୯ରେ ରାହୁଲ ଗାନ୍ଧୀଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।