ଉତ୍ତର ‌ପ୍ରଦେଶ: ୨୫୦ରୁ ବହୁ ଅଧିକ ଆସନରେ ଆଗୁଆ ରହି ଅଖିଳେଶଙ୍କୁ ନିରାଶ କଲା ‘ବିଜେପି’

ଲକ୍ଷ୍ନୌ: ଦେଶରେ ରାଜନୈତିକ ଭାବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିବା ରାଜ୍ୟ ଉତ୍ତର ପ୍ରଦେଶରେ ‘ବିଜେପି’ ତା’ର ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ଙ୍କ ଉପରେ ଅପରାଜେୟ ଅଗ୍ରଗତି ଦିଗରେ ଯାଉଥିବା ବେଳେ ଯୋଗୀ ଆଦିତ୍ୟନାଥ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ବାହାରିଛନ୍ତି।

ରାଜ୍ୟରେ ଥିବା ମୋଟ୍‌ ୪୦୩ଟି ଆସନରୁ ଏପର୍ଯ୍ୟନ୍ତ ବିଜେପି ୨୫୦ରୁ ଅଧିକ ଆସନରେ ଯଥେଷ୍ଟ ଆଗୁଆ ଥିବା ଜଣାପଡ଼ିଛି। ଜଣାପଡୁଛି ଚଳିତ ନିର୍ବାଚନରେ ବିଜେପି ଜିଣିବାକୁ ଲକ୍ଷ୍ୟ ରଖିଥିବା ୩୦୦ ଆସନରୁ ବହୁ ଅଧିକ ଆସନ ହାସଲ କରିବ।

Image Courtesy of India Today

କ୍ରମାଗତ ଦୁଇଥର ସରକାର ଗଠନ କରି ଉତ୍ତର ପ୍ରଦେଶରେ ବିଜେପି ୩ ଦଶନ୍ଧିର ରେକର୍ଡ ଭାଙ୍ଗିବାକୁ ଯାଉଛି। ୩୫ ବର୍ଷ ହେବ ଦଶନ୍ଧି ହେବ ଉତ୍ତର ପ୍ରଦେଶରେ କ‌ୌଣସି ରାଜନୈତିକ ଦଳ ଲଗାତାର ସରକାର କରିନାହିଁ।

ସେପଟେ, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଗତ ନିର୍ବାଚନରେ ପାଇଁ ଆସନରୁ ଅଧା ଆସନ ପାଇ ପଛରେ ପଡ଼ିଛି। ତାଙ୍କ ଦଳ ଆଶା କରିଥିବା ଆସନ ଠାରୁ ସେ ଅନେକ କମ୍‌ ଆସନ ପାଇବେ ବୋଲି ସ୍ପଷ୍ଟ ହୋଇ ଗଲାଣି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମ୍ପ୍ରତି ଗୋରଖପୁରରୁ ଯୋଗୀ ଆଦିତ୍ୟନାଥ, କର୍‌ହଲ୍‌ରୁ ଅଖିଳେଶ ଯାଦବ, ଯଶୱନ୍ତ ନଗରରୁ ତାଙ୍କ ଦଳର ଶିବପାଲ ଯାଦବ ଏବଂ ସିରାଥୁରୁ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଆଗୁଆ ଅଛନ୍ତି।

୮୦ଟି ସଂସଦୀୟ ଆସନ ଥିବା ଉତ୍ତର ପ୍ରଦେଶ କେନ୍ଦ୍ରରେ ପ୍ରମୁଖ କ୍ଷମତା ପ୍ରଦର୍ଶନ କରିଥାଏ। ତେଣୁ, ୨୦୨୪ ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଦେଶବାସୀଙ୍କ ମନୋଭାବକୁ ପ୍ରତିଫଳିତ କରିବ। ଅର୍ଥାତ୍‌ ଏଥିରୁ ଦେଶର ଜନସାଧାରଣଙ୍କର ରାଜନୈତିକ ଦଳମାନଙ୍କ ପ୍ରତି ଥିବା ଆସ୍ଥା ଜଣାପଡ଼ିବ।

‌ଦେଶର ୧୩୫ କୋଟି ଜନତାଙ୍କର ଏକ ପଞ୍ଚମାଂସ ଜନତା ବାସ କରୁଥିବା ଉତ୍ତର ପ୍ରଦେଶ ଦେଶର ଯେକୌଣସି ରାଜ୍ୟ ଅ‌ପେକ୍ଷା ସଂସଦକୁ ସବୁଠୁ ଅଧିକ ସାଂସଦ ପଠାଇଥାଏ।

ସମ୍ବନ୍ଧିତ ଖବର