ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ଟିକଟରେ ଧନଘଟା ଆସନରୁ ଲଢ଼ି ଜିତିଥିବା ସଫେଇ କର୍ମଚାରୀ ଗଣେଶ ଚନ୍ଦ୍ର ଚୌହାନ କହିଛନ୍ତି ଯେ ଗଣତନ୍ତ୍ରରେ ଜଣେ ସାଧାରଣ ବ୍ୟକ୍ତି ବି ବହୁ ଉଚ୍ଚକୁ ଯାଇପାରିବେ ବୋଲି ବିଜେପି ସନ୍ଦେଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ପ୍ରୟାଗରାଜରେ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ସେ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଏହି ସନ୍ଦେଶ ଦେଇଥିଲେ ଯେ ସେମାନେ ଛୋଟ ନୁହନ୍ତି। ଯେଉଁମାନେ ସମାଜର ଅଳିଆ ସଫା କରୁଛନ୍ତି ସେମାନେ ନିଶ୍ଚିତ ରୂପରେ ମହାନ୍। ଗଣେଶ ଚନ୍ଦ୍ର ଚୌହାନ କହିଛନ୍ତି ଯେ, ସେ କୋଭିଡ୍-ଜନିତ ଲକ୍ଡାଉନ୍ ସମୟରେ ରିକ୍ସା-ଚାଳକମାନଙ୍କୁ ପୁରି-ତରକାରି ଯୋଗାଉଥିଲେ। ସନ୍ତ କବୀର ନଗରରେ ବିହାରର କିଛି ଲୋକ ବାସ କରନ୍ତି। ଯେତେବେଳେ ବିଜେପି ତରଫରୁ ତାଙ୍କୁ ଟିକଟ ମିଳିଲା, ସେତେବେଳେ ବହୁଲୋକ ତାଙ୍କୁ ଭେଟିବାକୁ ଆସି ଭାବପ୍ରବଣ ହୋଇଯାଇଥିଲେ। ଯେତେବେଳେ ସେ ଜିତିଲେ ରିକ୍ସା-ଚାଳକମାନେ ଆସି ତାଙ୍କୁ ଆଲିଙ୍ଗନ କରିଥିଲେ। ଗଣେଶ ଚନ୍ଦ୍ର ଚୌହାନ ଧନଘଟା ଆସନରୁ ୮୩,୨୪୧ ଭୋଟ ପାଇ ସମାଜବାଦୀ ପାର୍ଟିର ଅଲଗୁ ଚୌହାନଙ୍କୁ ୧୦,୫୫୩ ଭୋଟରେ ପରାଜିତ କରିଥିଲେ। ତାଙ୍କ ସପକ୍ଷରେ ୩୮.୫ ପ୍ରତିଶତ ଭୋଟ ମିଳିଥିଲା।
ୟୁପି ନିର୍ବାଚନ: ସଫେଇ କର୍ମଚାରୀ ଗଣେଶ ଚନ୍ଦ୍ର ଚୌହାନଙ୍କ ବିଜୟ
/sambad/media/post_attachments/wp-content/uploads/2022/03/gdgd465j4gd65j4gd654j65gd46j54j65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)